ଏନସିପି ସୁପ୍ରୀମୋ ଶରଦ ପାୱାରଙ୍କୁ କରୋନା

ନୂଆଦିଲ୍ଲୀ: ଏନସିପି ସୁପ୍ରୀମୋ ଶରଦ ପାୱାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏସମ୍ପର୍କରେ ଟ୍ୱିଟ୍ କରି ସେ ନିଜେ ସୂଚନା ପ୍ରଦାନ କରିଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବାବେଳେ ଚିକିତ୍ସା ଜାରି ରହିଛି । ଏଥିସହିତ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ କରିବା ପାଇଁ ପରାମର୍ଶ ଦେଇଛନ୍ତି ।