Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦୦୯ ତୁଳନାରେ ଗତବର୍ଷ ୭୭ ପ୍ରତିଶତ ହ୍ରାସ ପାଇଛି ନକ୍ସଲ ଆକ୍ରମଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦୦୯ ତୁଳନାରେ ଗତବର୍ଷ ୭୭ ପ୍ରତିଶତ ହ୍ରାସ ପାଇଛି ନକ୍ସଲ ଆକ୍ରମଣ

ନୂଆଦିଲ୍ଲୀ,ଏଜେନ୍ସି: ଗତବର୍ଷ (୨୦୨୧)ରେ ନକ୍ସଲ ଆକ୍ରମଣ ୨୦୦୯ ମସିହା ଠାରୁ ୭୭ ପ୍ରତିଶତ ହ୍ରାସ ପାଇଛି । ୨୦୦୯ ରେ ନକ୍ସଲ ଆକ୍ରମଣର ମୋଟ ୨,୨୫୮ ଘଟଣା ଦେଖିବାକୁ ମିଳିଥିଲା, ଯାହା ସାରା ଦେଶରେ ସର୍ବକାଳୀନ ରେକର୍ଡ କରିଥିଲା । ତେବେ ଗତବର୍ଷ (୨୦୨୧) ରେ ସମଗ୍ର ଦେଶରେ ମୋଟ ୫୦୯ ଟି ନକ୍ସଲ ହିଂସା ମାମଲା ସାମ୍ନାକୁ ଆସିଛି । ଅନୁପାତିକ ଦୃଷ୍ଟିରୁ ଦେଖିଲେ ଗତବର୍ଷର ସଂଖ୍ୟା ୨୦୦୯ ଠାରୁ ପ୍ରାୟ ୭୭ ପ୍ରତିଶତ ହ୍ରାସ ପାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ଲୋକସଭାରେ ଉତ୍ତର ରଖିଛନ୍ତି ।

କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ରାୟ କହିଛନ୍ତି, ବାମପନ୍ଥୀ କାର‌୍ୟ୍ୟକଳାପକୁ ନିଷେଧ କରିବା ପାଇଁ କେନ୍ଦ୍ର ସରକାର ଜାରି ରଖିଥିବା ଆକ୍ସନ ପ୍ଲାନ ବାମଦଳ ପନ୍ଥୀ ଆତଙ୍କବାଦୀ ୨୦୧୫ ର ସଫଳ କାର୍ଯ୍ୟକାରୀତା ଯୋଗୁଁ ଏହି ଘଟଣାକୁ ହ୍ରାସ କରିବାରେ ସଫଳତା ମିଳିବା ସମ୍ଭବ ହୋଇଛି ।

କେବଳ ନକ୍ସଲ ଆକ୍ରମଣ ନୁହେଁ ବରଂ ବିଭିନ୍ନ ନକ୍ସଲ ପ୍ରଭାବିତ ରାଜ୍ୟରେ କମ୍ବିଂ ଅପରେସନ ବେଳେ ସାଧାରଣ ଲୋକ ଓ ସୁରକ୍ଷା ବଳର ଯବାନଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ୮୫ ପ୍ରତିଶତ ହ୍ରାସ ପାଇଛି । କମ୍ବିଂ ଅପରେସନ ବେଳେ ସାଧାରଣ ଜନତା ଓ ସୁରକ୍ଷା ବଳର ଯବାନ ଶହୀଦ ହେବା ମାମଲା ୨୦୧୦ ମହିସାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଥିଲା । ଉକ୍ତବର୍ଷ ଏହି ସଂଖ୍ୟା ୧,୦୦୫ ରେ ପହଞ୍ଚିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ମାତ୍ର ୧୪୭ ମଧ୍ୟରେ ସୀମିତ ରହିଥିବା ମନ୍ତ୍ରୀ ରାୟ ଗୃହକୁ ଅବଗତ କରିଛନ୍ତି ।

ସେହିପରି ଭୌଗଳିକ କ୍ଷେତ୍ରରୁ ବିଚାର କରାଗଲେ, ଏହି ସଂଖ୍ୟା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି । ୨୦୧୦ ମହିହାରେ ନକ୍ସଲ ପ୍ରଭାବିତ ଭାବେ ୯୬ ଟି ଜିଲ୍ଲା ତାଲିକାଭୂକ୍ତ ଥିବା ବେଳେ ୨୦୨୧ରେ ଏହି ଜିଲ୍ଲା ସଂଖ୍ୟା ୪୬କୁ ହ୍ରାସ ପାଇଛି ।

ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ ଯୋଜନାରେ ମଧ୍ୟ ହ୍ରାସ ଘଟିଛି । ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟାରେ ହ୍ରାସ ହେତୁ ଏହି ଯୋଜନାରେ ମଧ୍ୟ ଖର୍ଚ୍ଚ ହେଉଥିବା ଅର୍ଥରାଶି ପୂର୍ବାପେକ୍ଷା ହ୍ରାସ ହୋଇଛି । ଏହି ତାଲିକାଭୂକ୍ତ ଜିଲ୍ଲା ସଂଖ୍ୟା ୨୦୧୮ ରେ ୧୨୬ ରୁ ହ୍ରାସ ପାଇ ୯୦ ରେ ପହଞ୍ଚିଥିଲା । ପରେ ଗତବର୍ଷ ଏହି ସଂଖ୍ୟା ଆହୁରି ହ୍ରାସ ପାଇଁ ୭୦ ରେ ପହଞ୍ଚିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।