ଛତିଶଗଡ଼ରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ

ଛତିଶଗଡ଼: ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆମଦାଇସ୍ଥିତ ଲୁହାପଥର ଖଣିରେ ବଡ଼ ଧରଣର ନକ୍ସଲ ହମଲା ହୋଇଛି। ଏଥିରେ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ନକ୍ସଲ ସାମିଲ ହୋଇଛନ୍ତି। ଖଣିର କିଛି କର୍ମଚାରୀଙ୍କୁ ନକ୍ସଲମାନେ କବଜାରେ ନେଇଥିବା ନେଇ ସୂଚନା ମିଳିଛି। ଏଥିସହିତ ଖଣିରେ ନିୟୋଜିତ ଥିବା ୬ଟି ଗାଡ଼ିକୁ ମଧ୍ୟ ନକ୍ସଲମାନେ ପୋଡ଼ି ଦେଇଛନ୍ତି। ଘଟଣାସ୍ଥଳରେ ଏବେ ବି ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏନେଇ ନାରାୟଣପୁର ଏସପି ସୂଚନା ଦେଇଛନ୍ତି।