ଆଜି ପୁଣି ୩ ହଜାର ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨,୯୧୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୭୭ଜଣ ଓ ସ୍ଥାନୀୟ ସଂକ୍ରମଣ ୧୨୪୦ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୧୯ହଜାର ୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୪୯, କଟକରୁ ୪୨୨, ବାଲେଶ୍ୱରରୁ ୨୩୭, ଯାଜପୁରରୁ ୨୧୮, ମୟୁରଭଞ୍ଜରୁ ୧୬୫, ଭଦ୍ରକରୁ ୧୬୩, ପୁରୀରୁ ୧୩୨, ଜଗତସିଂହପୁରରୁ ୧୧୯, ଷ୍ଟେଟପୋଲରୁ ୧୦୧, ନୟାଗଡ଼ରୁ ୯୬, ଅନୁଗୁଳରୁ ୮୬, କେନ୍ଦ୍ରାପଡ଼ାରୁ ୭୯, କେଉଁଝରରୁ ୭୫, ଢେଙ୍କାନାଳରୁ ୭୭, ମାଲକାନଗିରିରୁ ୫୯ ଓ କୋରାପୁଟ ଜିଲ୍ଲାରୁ ୫୫ଜଣ ରହିଛନ୍ତି। ସେହିପରି ରାୟଗଡ଼ାରୁ ୫୩, ସୁନ୍ଦରଗଡ଼ରୁ ୪୮, ବରଗଡ଼ ଓ ସମ୍ବଲପୁରରୁ ୨୨ ଲେଖାଏଁ, ଗଞ୍ଜାମ ଓ କଳାହାଣ୍ଡିରୁ ୨୧ ଲେଖାଏଁ, ବୌଦ୍ଧ ଓ ନବରଙ୍ଗପୁରରୁ ୧୯ ଲେଖାଏଁ, କନ୍ଧମାଳରୁ ୧୩, ସୋନପୁରରୁ ୧୨, ଝାରସୁଗୁଡ଼ା ଓ ନୂଆପଡ଼ାରୁ ୮ ଲେଖାଏଁ, ବଲାଙ୍ଗିରରୁ ୭, ଗଜପତିରୁ ୬ ଓ ଦେଓଗଡ଼ ଜିଲ୍ଲାରୁ ୫ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୧୯ହଜାର ୨୬ ହୋଇଥିବାବେଳେ ୮ଲକ୍ଷ ୮୪ହଜାର ୨୬୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୧୫୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୦ହଜାର ୫୫୭ଜଣ ଚିକିତ୍ସିତ ହେଉଛନ୍ତି।