ସଡ଼କ ମନ୍ତ୍ରଣାଳୟ ଆଣିଲା ନେଭିଗେସନ୍ ଆପ୍: ମିଳିବ ଦୁର୍ଘଟଣା ପୂର୍ବ ସଙ୍କେତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଏକ୍ସପ୍ରେସ୍‌ୱେ ଓ ହାଇୱେର ନିର୍ମାଣ ଦ୍ରୁତ ଗତିରେ ଜାରି ରହିଛି। ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ଅତି ଚଉଡା ବିଶିଷ୍ଟ ରାସ୍ତାରେ ଦ୍ରୁତଗତି ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ। ଗାଡିଚାଳକଙ୍କ ସୁରକ୍ଷାକୁ ନଜରରେ ରଖି କେନ୍ଦ୍ର ସଡ଼କ ଓ ରାଜପଥ ମନ୍ତ୍ରଣାଳୟ ଫ୍ରି ଟୁ ଏଜ୍ ନେଭିଗେସନ୍ ଆପ୍ ଲଞ୍ଚ୍ କରିଛି। ଏହାର ନାମ ମୁଭ୍ ରଖାଯାଇଛି।

ଏହି ଆପ୍ ସଡ଼କରେ ଗାଡ଼ିଚାଳନା କରିବା ସମୟରେ ସମ୍ଭାବ୍ୟ ବିପଦ ସମମ୍ବନ୍ଧରେ ଆଗୁଆ ସୂଚନା ଦେବ। ଏଥିରେ ଅନେକ ନିରାପତ୍ତାସୂଚକ ଫିଚର୍ ମଧ୍ୟ ଯୋଗ କରାଯାଇଛି। ଏହି ଆପ୍ ସଡ଼କ ଓ ପରିବହନ ତଥା ରାଜପଥ ମନ୍ତ୍ରଣାଳୟ ଆଇଆଇଟି ମାଡ୍ରାସ୍ ଓ ଡିଜିଟାଲ୍ ଟେକ୍ କମ୍ପାନୀ ମ୍ୟାପ୍ ମାଇଁ ଇଣ୍ଡିଆ ସହିତ ମିଳିତ ଭାବେ ବିକାଶ କରାଯାଇଛି।

କ୍ଷୁଦ୍ର ଜମାକାରୀଙ୍କୁ ଦେଶ ସଡ଼କ ଭିତ୍ତିଭୂମିରେ ନିବେଶ କରି ଅଧିକ ଲାଭବାନ ହେବାର ଏକ ନୂଆ ସୁଯୋଗ ମିଳିବ। ଦେଶର ସଡ଼କ ଭିତ୍ତିଭୂମି କ୍ଷେତ୍ରରେ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିବେଶ କରିପାରିବେ।