Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସମବାୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ନବୀନ, ୪ଟି ଜୋନ୍‍ରେ କମିଟି ଗଠିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସମବାୟ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ନବୀନ, ୪ଟି ଜୋନ୍‍ରେ କମିଟି ଗଠିତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆସନ୍ତା ସମବାୟ ନିର୍ବାଚନ ପାଇଁ ବିଜେଡି ତରଫରୁ ଚାଲିଥିବା ପ୍ରସ୍ତୁତି ସଂକ୍ରାନ୍ତରେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି। ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସି ଜରିଆରେ ଦଳୀୟ ନେତୃମଣ୍ଡଳୀ ଏବଂ ସମବାୟ ନିର୍ବାଚନ କର୍ମକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରି ସବୁ ନିର୍ବାଚନ ଆମପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।
ଆଲୋଚନା ବୈଠକରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ୧୯ ଏବଂ ୨୬ ଜୁନ୍‌ରେ ଛଅ ହଜାରରୁ ଅଧିକ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହି ପ୍ରକ୍ରିୟା ସମାପ୍ତ ହେବା ପରେ କେନ୍ଦ୍ରୀୟ ଏବଂ ଶୀର୍ଷ ସମବାୟ ସମିତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ମୁଁ ଖୁସି ଯେ ପ୍ରାଥମିକ ସ୍ତରରେ ନିର୍ବାଚନ ଉପରେ ନଜର ରଖିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ବିଜେଡିର ଜିଲ୍ଲା ସ୍ତରୀୟ କମିଟି ଗଠନ ହୋଇସାରିଛି। ସଠିକ ତଦାରଖ ଏବଂ ମନିଟରିଂ ପାଇଁ କେନ୍ଦ୍ରୀୟ, ଉତ୍ତର, ଦକ୍ଷିଣ, ଏବଂ ପଶ୍ଚିମ ଜୋନ୍ ପାଇଁ ୪ଟି ଜୋନାଲ କମିଟି ଗଠନ କରାଯାଇଛି ଏବଂ ସମ୍ପୃକ୍ତ ଜୋନ୍‌ର ଜିଲ୍ଲା କମିଟି ଏବଂ ପର୍ଯ୍ୟବେକ୍ଷକଙ୍କ ସହ ସମନ୍ୱୟ ରକ୍ଷା କରାଯାଉଛି। ଅନୁରୂପ ଭାବେ ସମଗ୍ର ନିର୍ବାଚନ ପ୍ରକ୍ରିୟାର ସାମଗ୍ରିକ ତଦାରଖ ଏବଂ ମନିଟରିଂ ପାଇଁ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି ଯାହା ସୁଚାରୁ ଭାବେ ନିର୍ବାଚନର କାର୍ଯ୍ୟ ତୁଲାଇବା ପାଇଁ ଜିଲ୍ଲାମାନଙ୍କ ସହ ସମନ୍ୱୟ ରକ୍ଷା କରିବ।

ସେ ଆହୁରି କହିଥିଲେ ଯେ ଆମର ଦଳୀୟ ଦୃଷ୍ଟିକୋଣରୁ ଏହି ନିର୍ବାଚନ ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ଗମ୍ଭୀରତାର ସହ ଲଢ଼ିବାକୁ ପଡ଼ିବ। ଗତ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ଆମ ଦଳ ବହୁତ ଭଲ ପ୍ରଦର୍ଶନ କରିଛି। ଆମର ସମସ୍ତ ନେତା ଏବଂ କର୍ମୀ ଉଭୟ ନିର୍ବାଚନରେ ଏକ ବୃହତ୍‍ ବିଜୟ ନିଶ୍ଚିତ କରିବାକୁ ଯଥାସମ୍ଭବ ଉଦ୍ୟମ କରିଛନ୍ତି। ଫଳାଫଳ ଆମ ପାଇଁ ଅତ୍ୟନ୍ତ ସନ୍ତୋଷଜନକ ହୋଇଛି ଏବଂ ଆମେ ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସକ୍ଷମ ହୋଇଛୁ।

ଆମ ଦଳର ପ୍ରାର୍ଥୀମାନେ ପ୍ରାୟ ସମସ୍ତ ପୌରାଞ୍ଚଳରେ ମେୟର, କର୍ପୋରେଟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କାଉନସିଲର ଭାବରେ ଜିତିଛନ୍ତି ଏବଂ ଆମଦ୍ୱାରା ସମର୍ଥିତ ପ୍ରାର୍ଥୀମାନେ ଅଧିକାଂଶ ବ୍ଲକରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଭାବରେ ଜିତିଛନ୍ତି। ଏହା ବର୍ତ୍ତମାନ ସମଗ୍ର ରାଜ୍ୟରେ ରାଜନୈତିକ ଶକ୍ତିର ଏକ ନୂତନ କିର୍ତ୍ତିମାନ ପାଲଟିଛି, ଏବଂ ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ଶକ୍ତିକୁ ସବୁଆଡ଼େ ରଣକୌଶଳ ଭାବରେ ବ୍ୟବହାର କର। ଯାହାଫଳରେ ଆମେ ଶୀର୍ଷ, କେନ୍ଦ୍ରୀୟ ଏବଂ ପ୍ରାଥମିକ ସ୍ତରରେ ଶେଷଥର ଅପେକ୍ଷା ସମବାୟ ନିର୍ବାଚନରେ ବହୁତ ଭଲ ପ୍ରଦର୍ଶନ କରିପାରିବା। ପ୍ରାଥମିକ ଏବଂ ଶୀର୍ଷ ସ୍ତରୀୟ ନିର୍ବାଚନକୁ ଯିବା ପର୍ଯ୍ୟନ୍ତ ଦଳୀୟ ପ୍ରସ୍ତୁତି, ପ୍ରଗତି ଏବଂ ଭବିଷ୍ୟତ ଯୋଜନା ବିଷୟରେ ରାଜ୍ୟ କମିଟି ସପ୍ତାହରେ ଥରେ ଜୋନାଲ କମିଟି ଏବଂ ଜିଲ୍ଲା କମିଟିର ସମୀକ୍ଷା କରିବା ସହିତ ନିଜର ସାପ୍ତାହିକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।