Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସିଇଓଙ୍କୁ ଭେଟିଲା ବିଜେପି ଟିମ୍‌: ବିଜେଡି ଏଜେଣ୍ଟ୍ ସାଜିଥିବା ବାବୁଙ୍କୁ ଉପନିର୍ବାଚନରୁ ଦୂରେଇ ରଖାଯାଉ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସିଇଓଙ୍କୁ ଭେଟିଲା ବିଜେପି ଟିମ୍‌: ବିଜେଡି ଏଜେଣ୍ଟ୍ ସାଜିଥିବା ବାବୁଙ୍କୁ ଉପନିର୍ବାଚନରୁ ଦୂରେଇ ରଖାଯାଉ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ନିର୍ବାଚନ ବେଳେ ସରକାରୀ ଅଧିକାରୀଙ୍କୁ ଶାସକ ବିଜେଡି ଦଳୀୟ କର୍ମୀ ଭାବରେ ବ୍ୟବହାର କରୁଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ଏଭଳି ଅନେକ ଘଟଣାମାନ ସାମ୍ନାକୁ ଆସିଥିଲା। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳିଲା ନାହିଁ। ଯଦ୍ୱାରା ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ସରକାରୀ କର୍ମଚାରୀଙ୍କୁ ଅଧିକ ପ୍ରୋତ୍ସାହିତ କରାଯାଇଥିଲା। ଏବେ ଆଗକୁ ବ୍ରଜରାଜନଗର ଉପନିର୍ବାଚନ ଥିବାବେଳେ ସମାନ ଆଶଙ୍କା ପୁଣି ଉପୁଜିଛି। ଏଭଳି ଅଭିଯୋଗ ଆଣି ବିଜେଡି ଏଜେଣ୍ଟ ସାଜିଥିବା ସରକାରୀ ବାବୁମାନଙ୍କୁ ଉପନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖାଯାଉ ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଦାବି କରିଛି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ।

ଦଳ ପକ୍ଷରୁ ଦର୍ଶାଯାଇଛି ଯେ ଆଗାମୀ ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଭୋଟର ସଚେତନତା କାର୍ଯ୍ୟକ୍ରମ “ମୁଁ ବି ଭୋଟ ଦେବି”ରେ ବହୁ ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଭୋଟରମାନଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ନାଟକ, ପ୍ରଚାର ପତ୍ର ବଣ୍ଟନ, ବିଜ୍ଞାପନ, ହୋର୍ଡିଂ, ପ୍ରେସ୍ ବିଜ୍ଞପ୍ତି ଭଳି ଉପାୟର ବ୍ୟବହାର କରାଯାଇପାରିଥାନ୍ତା। ହେଲେ ତାହା ନକରି ସ୍ଥାନୀୟ ଜିଲ୍ଲାପାଳଙ୍କ ସହାୟତାରେ ପିଇଓ, ଜିଆରଏସ, ଯୋଗାଣ ସହାୟକ, ଆଶା, ଏଏନଏମ, ବିଏଲଓ, ବିଏଲଓ ସୁପରଭାଇଜର, ସିଆରପି, ଏମବିକେ, ଏସଏଚଜି ସଦସ୍ୟା ଏବଂ ଶିକ୍ଷକମାନଙ୍କୁ ସଚେତନତା କାର୍ଯ୍ୟରେ ଲଗାଯାଇଛି।

ବିଜେଡି ନିର୍ଦ୍ଦେଶରେ ସରକାରୀ ବାବୁମାନଙ୍କୁ ନିୟୋଜିତ କରାଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏମାନେ ଭୋଟରଙ୍କୁ ସଚେତନ କରାଇବା କାର୍ଯ୍ୟ କମ୍ କରି ବିଜେଡି ସପକ୍ଷରେ ଭୋଟ ମାଗିବା କାର୍ଯ୍ୟ ଅଧିକା କରିବେ ବୋଲି ବିଜେପି ଆଶଙ୍କା କରୁଛି। ଏଣୁ ଭୋଟ ସଚେତନତା କାର୍ଯ୍ୟକ୍ରମ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ତାଙ୍କ ନିର୍ଦ୍ଦେଶାବଳୀକୁ ପ୍ରତ୍ୟାହାର କରନ୍ତୁ ବୋଲି ବିଜେପି ପ୍ରତିନିଧି ଦଳ ସ୍ମାରକପତ୍ର ଜରିଆରେ ଦାବି ଜଣାଇଛି। ଏହି ପ୍ରତିନିଧି ଦଳରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ଏବଂ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।