ଝାରସୁଗୁଡ଼ା ବିଜେଡି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳିତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମ ଦିବସ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଝାରସୁଗୁଡ଼ାର ଝାଡ଼େଶ୍ୱରୀ ସ୍ୱତନ୍ତ୍ର ଦିବ୍ୟାଙ୍ଗ ସ୍କୁଲ, ଆଶା କିରଣ ଦିବ୍ୟାଙ୍ଗ ସ୍କୁଲ ଓ ବୃନ୍ଦାମାଳ ସ୍ୱତନ୍ତ୍ର ଦିବ୍ୟାଙ୍ଗ ସ୍କୁଲକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଖେଳ ସାମଗ୍ରୀ, ଚକୋଲେଟ ଓ ବିସ୍କୁଟ ବିତରଣ କରିଥିଲେ। ଏହାସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘୟୁ କାମନା କରିଥିଲେ।

ନବୀନ ବାବୁ ଯେତେ ଦିନ ପର୍ଯ୍ୟନ୍ତ ଓଡିଶବାସୀଙ୍କ ନେତୃତ୍ୱ ନେଉଥିବେ, ରାଜ୍ୟବାସୀଙ୍କ ସେବା କରୁଥିବେ ସେଦିନ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ଦୁଃଖ ଛୁଇଁ ପାରିବ ନାହିଁ। ରାଜ୍ୟ ବିକାଶର ଶିଖରକୁ ପହଞ୍ଚିବ ବୋଲି ଝାରସୁଗୁଡ଼ା ବିଜେଡି ପକ୍ଷରୁ କୁହାଯାଇଛି। ଏହି ଅବସରରେ ବିଜେଡିର ଟାଉନ ସଭାପତି ସନ୍ଦୀପ ଅବସ୍ତି, ପୂର୍ବତନ ନଗରପାଳ ହରିଷ ଗଣତ୍ରା, ଓକିଲ ସଂଘ ସଭାପତି ରାମ ମୋହନ ରାଓ, ଅଶୋକ ଦାସ, ପିଣ୍ଟୁ ପାଢ଼ୀ, ତୁଳସୀ ଦାସ, ଆଲୋକ ତ୍ରିପାଠୀ, ଅରବିନ୍ଦ ବାରିକ, ମନୋଜ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।