ଆଜି ରାଜଧାନୀରେ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ; ୩୫୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନରେ ଦୈନିକ କରୋନ ସଂକ୍ରମଣ ହାର ତୁଳନାରେ ସୁସ୍ଥ ହାରରେ ବୃଦ୍ଧି ହୋଇଛି। ଆଜି ରାଜଧାନୀରେ ଆଉ ୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣ ସୁସ୍ଥ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ସଂକ୍ରମଣ ସଂଖ୍ୟା ୨୬,୭୭୯ରେ ପହଞ୍ଚିଛି। ଏହି ମୋଟ କରୋନା ସଂକ୍ରମଣ ମଧ୍ୟରୁ ୨୩,୫୨୩ ଜଣ ସୁସ୍ଥ ହୋଇଥିବା ବେଳେ ୧୨୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ୩,୧୦୬ ଜଣ ଚିକିତ୍ସିତ ଅଛନ୍ତି।

 

ଆଜି ଚିହ୍ନଟ ହୋଇଥିବା ୨୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ରହିଛନ୍ତି। ସେମାନଙ୍କ ମଧ୍ୟରେ ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରରୁ ୮ ଜଣ ଲେଖାଏଁ, କଳିଙ୍ଗ ବିହାରରୁ ୪ ଜଣ ଏବଂ ପଟିଆ, ରସୁଲଗଡ଼, ଲକ୍ଷ୍ମୀସାଗର ଓ ସୁନ୍ଦରପଦାରୁ ୩ ଜଣ ଲେଖାଏଁ ରହିଛନ୍ତି।

ଅନ୍ୟ ୧୭୫ ନୂଆ କରୋନା ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେଥିରେ ନୟାପଲ୍ଲୀରୁ ୧୪ ଜଣ, ସହିଦ ନଗରରୁ ୧୦ ଜଣ, ବରମୁଣ୍ଡାରୁ ୮ ଜଣ ଏବଂ ପୁରୁଣା ଭୁବନେଶ୍ୱର ଓ ଆଇଆରସି ଭିଲେଜରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।