ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ଦଶନ୍ଧି ପରେ ଆଜି ବଙ୍ଗୋପସାଗରରେ ନୌସେନା ପକ୍ଷରୁ ଯୁଦ୍ଧ ଅଭ୍ୟାସ ଆରମ୍ଭ ହୋଇଛି। ଏଥିରେ ଭାରତ, ଯୁକ୍ତରାଷ୍ଟ୍ର ଆମେରିକ, ଜାପାନ ଓ ଅଷ୍ଟ୍ରେଲିଆ ଭାଗ ନେଇଛନ୍ତି। ଚାଇନିଜ ସାମରିକ ଓ ଅର୍ଥନୈତିକ କ୍ଷେତ୍ରରେ ପହଞ୍ଚିବା ପାଇଁ ଏହା ଏକ ପ୍ରୟାସ। ବାର୍ଷିକ ‘ମାଲାବାର’ ଯୁଦ୍ଧାଭ୍ୟାସରେ ପୂର୍ବରୁ ଆମେରିକା ଓ ଜାପାନ ଅଂଶଗ୍ରହଣ କରୁଥିବାବେଳେ ଏଥର ଅଷ୍ଟ୍ରେଲିଆକୁ ଅର୍ନ୍ତଭୁକ୍ତ କରାଯାଇଛି। ଯାହାଦ୍ୱାରା ଇଣ୍ଡୋ-ପେସିଫିକର ୪ଟି ସର୍ବବୃହତ ଗଣତନ୍ତ୍ର ଗୋଷ୍ଠୀର ସମସ୍ତ ସଦସ୍ୟଙ୍କୁ କଭର କରୁଛି।
ଏଥିରେ ଭାରତୀୟ ନୌସେନାର ୫ଟି ଜାହାଜ ଭାଗ ନେଇଛି ସେଥିରୁ ଗୋଟିଏ ବୁଡ଼ାଜାହାଜ ରହିଛି। ସେହିପରି ଆମେରିକା ନୌସେନାର ଜନ୍ ଏସ୍ ମ୍ୟାକେନ ମିଶାଇଲ ବିଧ୍ୱଂସକାରୀ, ଅଷ୍ଟ୍ରେଲିଆର ବଲାରାଟ ଫ୍ରିଗେଟ ଓ ଜାପାନିଜ ବିଧ୍ୱଂସକାରୀ ସାମିଲ ଥିବା ସାମରିକ ମନ୍ତ୍ରୀ ସୂଚନା ଦେଇଛନ୍ତି।
କୋଭିଡ କଟକଣା ଯୋଗୁଁ ୪ଟି ରାଷ୍ଟ୍ରର ସୈନିକଙ୍କ ମଧ୍ୟରେ କୌଣସି ଯୋଗାଯୋଗ ହେବ ନାହିଁ। ତେବେ ଏହି ଯୁଦ୍ଧାଭ୍ୟାସଟି ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ।