ରିଆମାଳ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ନାଉଲିପଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ମାଁ କାଳୀ ଦେବୀ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟିର ସଭାପତି ହୃଷିକେଶ ପ୍ରଧାନ ଓ ସମ୍ପାଦକ କୌଶିକ ପ୍ରଧାନଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ୧୫ଟି ସଂକୀର୍ତ୍ତନ ମଣ୍ଡଳୀ ଓ ୫ ହଜାରରୁ ଅଧିକ ଭକ୍ତ ଯୋଗ ଦେଇଥିଲେ । ପୂଜକ ଚନ୍ଦ୍ର ଶେଖର ନନ୍ଦ, ସଞ୍ଜୟ ଶତପଥୀ, ସଞ୍ଜିବ ନନ୍ଦ, ବିଜୟ ନନ୍ଦ, ରଞ୍ଜିତ ମହାପାତ୍ର ଓ ପିଙ୍କୁ ନନ୍ଦ ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିବାବେଳେ କୁବେର ପ୍ରଧାନ ତାଙ୍କ ସୁପତ୍ନୀ କିରଣବାଳା ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ ତାଙ୍କ ସୁପତ୍ନୀ ରଶ୍ମିତା ପ୍ରଧାନ ଓ ସୁଜନ କୁମାର ସାହୁ ତାଙ୍କ ସୁପତ୍ନୀ ଲୀଳାବତୀ ସାହୁ ପୂଜାର କର୍ତ୍ତା ହୋଇ ସଂସାରର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିଥିଲେ । ୨୦ ଲକ୍ଷ ଟଙ୍କାରେ ମନ୍ଦିରଟି ନିର୍ମାଣ ହୋଇଥିବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସୁନାରିପଡ଼ା, ଜଟିଆନାଳୀ, ନାଉଲିପଡ଼ା, ଫୁଲସରନାଳୀ, ପାଣ୍ଡୁରିଶିଳା, ଗୋଳାବନ୍ଧ ଓ ଜାମ୍ବୁବଣିଆ ସମେତ ୧୫ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଭଜନ ଗାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଦେବାର୍ଚ୍ଚନ ପ୍ରଧାନ, ମୁନୁ ପ୍ରଧାନ, ବନବିହାରୀ ସାହୁ, ନବକ୍ରିଷ୍ଣ ପ୍ରଧାନ, ଆଶିଷ ପ୍ରଧାନ, ଅଭିଷେକ ପ୍ରଧାନ, ମୁଳିଆ ସାହୁ, ଭାଗିରଥୀ ପ୍ରଧାନ, ରତିକାନ୍ତ ପ୍ରଧାନ, ପଳଉ ବାଘ, ଚନ୍ଦ୍ରମଣି ପ୍ରଧାନ, ଅମରନାଥ ପ୍ରଧାନ, ଅଭିମନ୍ୟୁ ସାହୁ,ଅଜିତ ପ୍ରଧାନ, ଦିଗାମ୍ବର ପ୍ରଧାନ, ସୁଧିର ପ୍ରଧାନ, ପ୍ରମୋଦ ସାହୁ ଓ ସାଜନ ପ୍ରଧାନ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରୁ କମିଟି ପକ୍ଷରୁ ପ୍ରସାଦ ବଣ୍ଟା ଯାଇଥିଲା ।