ମୁମ୍ବାଇ: ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବାଣ ଫୁଟାଇବାର ସମୟ ଆହୁରି କମାଇ ଦିଆଯାଇଛି । ମୁମ୍ବାଇ ହାଇକୋର୍ଟ ଏବେ କେବଳ ରାତି ୮ଟାରୁୂ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରିଛନ୍ତି । ମୁମ୍ବାଇରେ ବାୟୁର ଗୁଣବତ୍ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
ମୁମ୍ବାଇ ହାଇକୋର୍ଟ ମୁମ୍ବାଇ ମହାନଗରରେ ପ୍ରଦୂଷଣକୁ ନେଇ ୩ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ ଆଦେଶ ଦେଇଛନ୍ତି । ଏହି କମିଟିର ସହାୟତା କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।