କଟକ,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କୁ ଆଜି ଅପରାହ୍ଣରେ ଭେଟିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା। ଡ଼ିଜିପିଙ୍କୁ ସହ ଭେଟିବା ପରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା କୁମାରୀ ଶର୍ମାଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମମିତା ମେହେର ହତ୍ୟା ଘଟଣାରେ ଡ଼ିଜିଙ୍କ କାର୍ଯ୍ୟାଳୟରେ କୌଣସି ସୂଚନା ନାହିଁ। ଏଥି ସହିତ ତଦନ୍ତ ଓ ଚାର୍ଜସିଟ ସମ୍ବନ୍ଧରେ ଡ଼ିଜିଙ୍କ ପାଖରେ ମଧ୍ୟ କୌଣସି ତଥ୍ୟନାହିଁ। ଏଭଳି ଏକ ବର୍ବୋରଚିତ ଘଟଣାରେ ସଂପୃକ୍ତ ମନ୍ତ୍ରୀଙ୍କୁ ପଚରାଉଚରା କରି ଚାର୍ଜସିଟ୍ରେ ତାଙ୍କ ନାମ ଦାଖଲ କରିବାର ଆବଶ୍ୟକତା ରହିଛି ବୋଲି ସେ ଡିଜିପିଙ୍କ ନିକଟରେ ପ୍ରକାଶ କରିଛନ୍ତି।
ଅପରପକ୍ଷେ ସେ ଓଡ଼ିଶା ପୁଲିସର କାର୍ଯ୍ୟଧାରକୁ ନାପସନ୍ଦ କରି କହିଛନ୍ତି ଯେ ଓଡ଼ିଶା ପୁଲିସ ତଦନ୍ତ ଉପରେ ଭରସା ନାହିଁ। ଘଟଣାର ସିବିଆଇ ତଦନ୍ତ କରିବା ନିହାତି ଆବଶ୍ୟକତା ରହିଛି। ମାମଲାକୁ ଭଲଭାବେ ତର୍ଜମା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। କଟକ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟରେ ଅନୁଷ୍ଠିତ ପୂର୍ବଭାରତର ମହିଳାଙ୍କ ସୁରକ୍ଷା ସଂକ୍ରାନ୍ତ ଏକ ଆଲୋଚନାରେ ଭାଗ ନେବାକୁ ଆସିଥିବା ଅବସରରେ ସେ ମମିତା ହତ୍ୟାକାଣ୍ଡ ବାବଦରେ ଡିଜିପିଙ୍କୁ ଭେଟ କରିଥିଲେ।