ସ୍ମୃତି ଇରାନୀଙ୍କ ବିରୋଧରେ ହୋଇଥିବା ଲାଞ୍ଚ ଅଭିଯୋଗ ଭିତ୍ତିହୀନ: ଓକିଲ କିରତ ନାଗରା

ନୂଆଦିଲ୍ଲୀ,ଏଜେନ୍ସି: ବର୍ତ୍ତିକା ସିଂଙ୍କ ଦ୍ୱାରା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ହୋଇଥିବା ଲାଞ୍ଚ ଅଭିଯୋଗକୁ ସ୍ମୃତିଙ୍କ ଓକିଲ କିରତ ନାଗରା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି। ଏଥିସହିତ ସେ କହିଛନ୍ତି କି ଏହି ମାମଲା ମନ୍ତ୍ରୀଙ୍କ ପ୍ରତିଷ୍ଠାକୁ ହାନୀ କରୁଛି ଓ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରାଯାଇଛି। ସେ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ସୂଚନା ଅନୁସାରେ ମହିଳା ଆୟୋଗ ସଦସ୍ୟା କରାଇବାକୁ ସ୍ମୃତି ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ବର୍ତ୍ତିକା ସିଂ ଅଭିଯୋଗ କରିଛନ୍ତି। କେବଳ ସ୍ମୃତି ନୁହନ୍ତି; ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂଙ୍କ ବିରୋଧରେ ସେ ମାମଲା ଦାୟର କରିଛନ୍ତି। ସ୍ୱତନ୍ତ୍ର ଅଦାଲତ ବିଚାରପତି ପି.କେ ଜୟନ୍ତ ଏହି ମାମଲାର ଶୁଣାଣି ଜାନୁଆରୀ ୨୧କୁ ଧାର୍ଯ୍ୟ କରିଥିବା ବର୍ତ୍ତିକାଙ୍କ ଓକିଲ ରୋହିତ ତ୍ରିପାଠୀ କହିଛନ୍ତି।