really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶୁକ୍ରବାର ଅନୁଷ୍ଠିତ ମହିଳା ୧୦୦ ମିଟର ଦୌଡର ସେମିଫାଇନାଲ ହିଟ୍-୧ରେ ଦୂତୀ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ। ସେ ଏହି ଦୂରତାକୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ନିଜ ନାମରେ ଥିବା ନ୍ୟାସନାଲ ରେକର୍ଡକୁ ଭାଙ୍ଗିଦେଇଥିଲେ। ପୂର୍ବରୁ ସେ ୧୧.୨୬ ସେକେଣ୍ଡରେ ଏହାକୁ ଅତିକ୍ରମ କରି ନ୍ୟାସନାଲ ରେକର୍ଡ ପ୍ରତିଷ୍ଠା କରିଥିଲେ। ନିକଟରେ ଦୋହାରେ ଅନୁଷ୍ଠିତ ୱାର୍ଲ୍ଡ ଆଥଲେଟିକ୍ ଚାମ୍ପିଅନଶିପରେ ଏହି ପ୍ରଦର୍ଶନ କରିପାରିଥିଲେ ଭାରତକୁ ଅଧିକ ସମ୍ମାନ ମିଳିଥାନ୍ତା।
ସେହିପରି ପୁରୁଷ ୧୦୦ ମିଟର ଦୌଡରେ ମଧ୍ୟ ଓଡ଼ିଶାର ଅମିୟ ମଲ୍ଲିକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଫାଇନାଲରେ ଅମିୟ ଏହି ଦୂରତାକୁ ୧୦.୪୬ ସେକେଣ୍ଡରେ ଅତିକ୍ରକ କରି ପ୍ରଥମ ସ୍ଥାନରେ ରହିଥିଲେ। ଇଞ୍ଜୁରୀ ଯୋଗୁଁ ପ୍ରତିଯୋଗିତାରୁ ଦୂରେଇ ରହିଥିବା ଅମିୟ ଏଠାରେ ସ୍ୱର୍ଣ୍ଣପଦକ ଜିତି ସଫଳତାର ସହ ଆଥଲେଟିକ୍ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ରେସ୍ରେ ମାଲେସିଆର ଜୋନାଥନ ଆନେକ ନେପା ୧୦.୪୭ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ଏବଂ ପଞ୍ଜାବର ଗୁରବିନ୍ଦର ସିଂ ୧୦.୪୮ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି।
ମହିଳା ୪୦୦ ମିଟର ହର୍ଡଲ୍ସରେ ଜଉନା ୫୮.୦୮ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ଜିତିଥିଲେ। ପଞ୍ଜାବର ଭୀରାପାଲ କୌର ୫୮.୫୩ ସେକେଣ୍ଡ ସମୟ ନେଇ ରୌପ୍ୟ ଏବଂ ରେଲୱେର ଅର୍ପିତା ମଞ୍ଜୁନାଥ ୫୯.୭୫ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।