ଦେଓଗାଁ ,ଏନ୍ଏନ୍ଏସ୍: କିଶାନ ମୋର୍ଚ୍ଚାର ଆହ୍ୱାନକ୍ରମେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅଞ୍ଚଳରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇଛି। ଦେଓଗାଁ ବ୍ଲକ କୃଷକ ସଂଗଠନ ଓ କଂଗ୍ରେସ ଦଳର କର୍ମକର୍ତ୍ତା ସକାଳ ୬ଟାରୁ ଆସି ବଲାଙ୍ଗିର-ଭବାନୀପାଟଣା ଜାତୀୟ ରାଜପଥର ଦେଓଗାଁ ବସଷ୍ଟାଣ୍ଡରେ ପିକେଟିଂ କରି ସମସ୍ତ ଯାନବାହାନ ବନ୍ଦ କରିବା ସହ ସମସ୍ତ ସରକାରୀ ଅଫିସ ଓ ଅନୁଷ୍ଠାନକୁ ବନ୍ଦ କରିଥିଲେ। ଏହି ୭ ଦଫା ଦାବି ଭିତରେ ୩ ନୂଆ କୃଷି ଆଇନ୍ ଖାରଜ, ୨୦୨୦ ବିଦ୍ୟୁତ୍ ବିଲ୍ ବାତିଲ, ୧୯୫୫ ମସିହାର ନିତ୍ୟବ୍ୟବହାର୍ୟ୍ୟ ଖାଉଟି ସାମଗ୍ରୀ ବିଲ୍ ବାତିଲ, ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ବନ୍ଦ, ଦେଓଗାଁ ବ୍ଲକକୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଓ ୟୁରିଆ ସାର କଳାବଜାରୀ ବନ୍ଦ ରହିଛି। ଆଜି ଏହି ଆନ୍ଦୋଳନରେ କଂଗ୍ରେସ ଜିଲ୍ଲା ସମ୍ପାଦକ ପପୁ ପାତ୍ର, ଦେଓଗାଁ ସମିତି ସଭ୍ୟ ଜନ୍ମେଜୟ ସାହୁ, ମଣି ଧରୁଆ, ଟୁନା ସାହୁ, ଜଗୁ ସାହୁ, ଶାବକ ବାରିକ, ଆଶିଷ ଦଳାଇ ଓ ସମୀର ସାହୁ ସହ ଅନେକ କର୍ମକର୍ତ୍ତା ସାମିଲ ହୋଇଥିଲେ।