ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅଜୟ ଦେବଗନଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ଆୱାର୍ଡ

ନୂଆଦିଲ୍ଲୀ: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ‘ତାହ୍ନାଜୀ’ ପାଇଁ ଶ୍ରେଷ୍ଠ ଅଭିନେତାର ଆୱାର୍ଡ ମିଳିଛି । ଅଜୟଙ୍କ ଫିଲ୍ମ ‘ତାହ୍ନାଜୀ’କୁ ଅନ୍ୟ ୨ଟି କେଟାଗେରୀରେ ମଧ୍ୟ ପୁରସ୍କୃତ କରାଯାଇଛି । ଅଜୟଙ୍କର ଏହା ହେଉଛି ତୃତୀୟ ଜାତୀୟ ପୁରସ୍କାର । ଏହାପୂର୍ବରୁ ଅଜୟ ‘ଜଖମ ଓ ଦି ଲିଜେଣ୍ଡ ଅଫ ଭଗତ ସିଂ’ ପାଇଁ ଜାତୀୟ ପୁରସ୍କାର ପାଇଥିଲେ ।

ସେହିପରି ସୁପ୍ରସିଦ୍ଧ ସଙ୍ଗୀତଜ୍ଞ ବିଶାଲ ଭରଦ୍ୱାଜଙ୍କ ଡକ୍ୟୁମେଣ୍ଟ୍ରୀ ‘୧୨୩୨ କେଏମ’ର ଗୀତ ‘ମାରେଙ୍ଗେ ତ ବହୀଁ ଜାକର’ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି । ଗୀତିକାର ମନୋଜ ମୁନ୍ତସିରଙ୍କୁ ‘ସାଇନା’ ଫିଲ୍ମ ପାଇଁ ଶ୍ରେଷ୍ଠ ଗୀତିକାର ସମ୍ମାନ ଦିଆଯାଇଛି । ଉକ୍ତ ଆୱାର୍ଡ ନେଇ ଜୁଲାଇ ୨୨ ତାରିଖରେ ଘୋଷଣା କରାଯାଇ ଥିଲା ।