ଜାତୀୟ ଉପଭୋକ୍ତା ଦିବସ ପାଳିତ

ବରଗଡ଼, ଏନ୍ଏନ୍ଏସ୍: ବରଗଡ଼ ସମତା ଭବନଠାରେ ଜାତୀୟ ଉପଭୋକ୍ତା ଦିବସ ଅବସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବୈଧମାପ ବିଜ୍ଞାନ ବିଭାଗ ଏବଂ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗାଣ ଅଧିକାରୀ ଦାଶରଥୀ ସୋରେନ, ଜିଲ୍ଲା କମିଶନ ସଦସ୍ୟା ଅଜନ୍ତା ଶୁଭ୍ରଦର୍ଶନୀ, ବୈଧ ଓ ମାପ ବିଜ୍ଞାନ ଅଧିକାରୀ ଭଗରାଇ ସୁରେନ, ଏସିଏଲଏମ ଚନ୍ଦ୍ରଶେଖର ବିଶି ପ୍ରମୁଖ ଯୋଗଦେଇ ଉପଭୋକ୍ତାମାନଙ୍କ ଅଧିକାର ଉପରେ ରହିଥିବା ଆଇନ ତଥା ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ପାଇକମାଲ, ପଦ୍ମପୁର, ଗାଇସିଲେଟ, ବିଜେପୁର ଆଦି ବ୍ଳକର ୧୦୦ ଜଣ ଏହି ୱେବିନାରରେ ଯୋଡ଼ି ହୋଇ ଉପଭୋକ୍ତା ଆଇନ ସମ୍ପର୍କରେ ଅବଗତ ହୋଇଥିଲେ। ପଲ୍ଲୀ ଆଲୋକ ପାଠାଗାରର ହୀରାଲାଲ ମିଶ୍ର, ଗୋବିନ୍ଦ ବିଶି, ରଞ୍ଜନ ପାଣ୍ଡେ, ପ୍ରହଲ୍ଲାଦ ପ୍ରଧାନ, ରୋହିତ ମିର୍ଦ୍ଧା, ପ୍ରଶାନ୍ତ କୁଅଁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।