ଜମ୍ମୁ କଶ୍ମୀର: ବୈଷ୍ଣୋଦେ‌ବୀ ଧାମରେ ଦଳାଚକଟା, ୧୨ ମୃତ

କଟାରା,ଏଜେନ୍ସି: ଜମ୍ମୁସ୍ଥିତ ମାତା ବୈଷ୍ଣୋଦେବୀ ଧାମରେ ଦଳଚକଟା ହୋଇଥିବା ଜାତୀୟ ଗଣମାଧ୍ୟମର ଖବରରୁ ଜଣାପଡ଼ିଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ପୋଲିସ ଓ ସୁରକ୍ଷା ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଅଧିକ ତଥ୍ୟକୁ ଅପକ୍ଷୋ କରାଯାଇଛି।

ପୋଲିସ କଣ୍ଟ୍ରୋଲ ରୁମ ପକ୍ଷରୁ କୁହାଯାଇଛି ଯେ, ମାତା ବୈଷ୍ଣୋଦେବୀ ଧାମରେ ଦଳଚକଟା ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ପୋଷ୍ଟମର୍ଟମ କରାଯାଇଛି। କଟାରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବ୍ଲକ ମେଡିକାଲ ଅଧିକାରୀ ଡ଼ା. ଗୋପାଳ ଦତ୍ତ କହିଛନ୍ତି ଯେ ମୋଟ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।