ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଲେ ଅଭୟ କୁମାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଦାୟୀ ଡିଜି ଅଭୟଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଅଭୟଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ଏହାସହ ମୁଖ୍ୟ ସଚିବ ପାହ୍ୟାର ପଦବୀରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ରାଜ୍ୟର ନୂଆ ପୋଲିସ ଡିଜି ଭାବେ ଦାୟିତ୍ବ ନେଇଛନ୍ତି ସୁନୀଲ ବଂଶଲ । ନୂଆ ଡିଜି ଭାବେ ସୁନୀଲ ବଂଶଲ ଦାୟିତ୍ବ ନେବା ପରେ ବିଦାୟୀ ଡିଜି ଅଭୟଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର ଡିଜିପି ଭାବେ ଅଭୟଙ୍କର କାଲି ଥିଲା ଶେଷ କାର୍ଯ୍ୟ ଦିବସ ।