ନୂଆଦିଲ୍ଲୀ,ଏଜେନ୍ସି: କୋଭିଡ କାରଣରୁ ଏମ୍ସର ଆଇସିୟୁରେ ଭର୍ତ୍ତି ବୟସ୍କଙ୍କ ତୁଳନାରେ ଅଧିକ ୫୦ ବର୍ଷରୁ କମ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହା ଏମ୍ସର ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। ଏମ୍ସର ଆଇସିୟୁରେ ୨୪୭ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ୪୨.୧ ପ୍ରତିଶତ ମୃତକଙ୍କ ବୟସ ୧୮ରୁ ୫୦ ବର୍ଷ। ଆଇସିୟୁରେ ମୃତକ ୯୪.୭୪ ପ୍ରତିଶତଙ୍କ ଠାରେ ଏକାଧିକ ରୋଗଥିବା ଜଣାଯାଇଛି। କେବଳ ୫ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଛି ଯେଉଁମାନଙ୍କ ଠାରେ ଏକାଧିକ ରୋଗ ନଥିଲା। କିନ୍ତୁ ଏଥିରେ ୫୦ ବର୍ଷରୁ କମ ଲୋକଙ୍କ ବୟସ ବୟସ୍କଙ୍କ ତୁଳନାରେ ଅଧିକ ଥିଲା।
ବିଶେଷଜ୍ଞଙ୍କ କହିବା ଅନୁସାରେ ୫୦ ବର୍ଷରୁ କମ ବୟସ୍କର ଲୋକେ ବହୁବିଧ ରୋଗରେ ପୀଡିତ ଥିଲେ। ଏମ୍ସ ଟ୍ରାମା କେୟାରର ମୁଖ୍ୟ ରାଜେଶ ମାଲହୋତ୍ରା କହିଛନ୍ତି, ଅଧ୍ୟୟନ ଏପ୍ରିଲ ୪ରୁ ଆରମ୍ଭ କରି ଜୁଲାଇ ୨୪ ମଧ୍ୟରେ କରାଯାଇଥିଲା। ମୋଟ ୬୫୪ ଜଣ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏଥିରେ ୨୨୭ ଅର୍ଥାତ ୩୭.୭ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଅଧ୍ୟୟନରେ ୬୫ ପ୍ରତିଶତ ପୁରୁଷ ଥିଲେ। ମୃତକଙ୍କ ବୟସ ହାରାହାରି ୫୬ ଥିଲା। କିନ୍ତୁ ୧୮ ବର୍ଷ ବୟସରୁ କମ ରୋଗୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଅଧ୍ୟୟନରେ ସର୍ବାଧିକ ୯୭ ବର୍ଷ ବୟସ ପର୍ଯ୍ୟନ୍ତ ରୋଗୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଏହି ଅଧ୍ୟୟନରେ ଦେଖାଯାଇଛି ଯେ, ୪୨.୧ ପ୍ରତିଶତ ରୋଗୀଙ୍କ ବୟସ ୫୦ରୁ କମ। କିନ୍ତୁ ୫୧ରୁ ୬୫ ପ୍ରତିଶତ ମଧ୍ୟରେ ୩୪.୮ ପ୍ରତିଶତ ଏବଂ ୬୫ ବର୍ଷରୁ ଊର୍ଦ୍ଧ୍ୱ ୨୩.୧ ପ୍ରତିଶତ ଥିଲେ।