ବରିଷ୍ଠ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ଭିଜିଲାନ୍ସ ଦାୟିତ୍ୱ ସମ୍ଭାଳିବେ ଯଶବନ୍ତ ଜେଠୱା

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟରେ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ଅତିରିକ୍ତ ପୁଲିସ ଡିଜି ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ବରିଷ୍ଠ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ଲଳିତ ଦାସଙ୍କୁ ଗୁଇନ୍ଦା ବିଭାଗ ଦାୟିତ୍ୱ ମିଳିଛି।

ଚର୍ଚ୍ଚିତ ଆଇପିଏସ ଅରୁଣ ବୋଥ୍ରା ପରିବହନ ଦାୟିତ୍ୱରେ ରହିଥିବା ବେଳେ ଆରକେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ଏଡିଜି ଦାୟିତ୍ୱ ମିଳିଛି। ଏହା ସହିତ ଅସିତ ପାଣିଗ୍ରାହୀ ଭିଜିଲାନ୍ସ ଆଇଜି। ସଂଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ଏଡିଜି ସହିତ ପୁଲିସ ଗୃହ ନିର୍ମାଣ ଦାୟିତ୍ୱ ତୁଲାଇବେ।