କୃଷି ଆଇନ ରଦ୍ଦ ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗ ଉପରେ ଯେକୌଣସି ସମୟରେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ: ନରେନ୍ଦ୍ର ସିଂ ତୋମାର

ନୂଆଦିଲ୍ଲୀ,ଏଜେନ୍ସି: ନୂତନ କୃଷି ଆଇନକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମୋଦୀ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତୋମାର କହିଛନ୍ତି କି ନୂତନ କୃଷି ଆଇନ ରଦ୍ଦ ବ୍ୟତୀତ ଏହା ସମ୍ବନ୍ଧୀୟ ବ୍ୟବସ୍ଥା ଉପରେ କୌଣସି ବି କୃଷକ ସଂଗଠନ ସହିତ ଯେକୌଣସି ସମୟରେ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛୁ। ସେ କହିଛନ୍ତି କି ଏହି ଆଇନରେ କୌଣସି ଅଭାବ ନାହିଁ।

ସୂଚନା ଅନୁସାରେ କୃଷକ ସଂଗଠନ ଏହି କୃଷି ଆଇନକୁ ରଦ୍ଦ କରିବାକୁ ନେଇ ଅଡ଼ି ବସିଥିବା ବେଳେ ଏଥିରେ ଆବଶ୍ୟକ ଅନୁସାରେ ପରିବର୍ତ୍ତନ କରିବାକୁ ସରକାର କହୁଛନ୍ତି।

ସେହିପରି ନୀତି ଆୟୋଗର ସଦସ୍ୟ ରମେଶ ଚାନ୍ଦ କହିଛନ୍ତି କି କୃଷକଙ୍କୁ ସରକାର ସହିତ କଥାବାର୍ତ୍ତା ଆରମ୍ଭ କରିବା ପାଇଁ କୃଷି ଆଇନକୁ ରଦ୍ଦ ବଦଳରେ ସେଥିରେ ଥିବା ଅଭାବକୁ ଦର୍ଶାଇବା ଆବଶ୍ୟକ। ଭାରତୀୟ କୃଷକ ସଂଘର ନେତା ରାକେଶ ଟିକନ ଅପ୍ରେଲ ୨୯ ତାରିଖ ଦିନ କହିଥିଲେ ଯେ, ସରକାର ଯେତେବେଳେ ଚାହିଁବେ କୃଷକ ସଂଗଠନ ତାଙ୍କ ସହିତ ଏହି ବିବାଦୀୟ ୩ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି। ହେଲେ ଏହି ଆଲୋଚନା କୃଷି ଆଇନ ରଦ୍ଦ ବିଷୟରେ ହେବା ଆବଶ୍ୟକ ବୋଲି ସେ କହିଥିଲେ।