ଫ୍ରଣ୍ଟଲାଇନ ୱାର୍କର୍ସଙ୍କ ପାଇଁ  ‘କ୍ରାଶ କୋର୍ସ ପ୍ରୋଗ୍ରାମ’  ଆରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ଫ୍ରଣ୍ଟଲାଇନ ୱାର୍କର୍ସଙ୍କ ପାଇଁ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଫଳରେ ୨୬ଟି ରାଜ୍ୟର ୧୧୧ ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ମୋଦୀ କହିଛନ୍ତି ଯେ, କରୋନା ସହ ଲଢ଼ିବା ପାଇଁ ଦେଶରେ ପାଖାପାଖି ୧ଲକ୍ଷ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହି କୋର୍ସ ୨ରୁ ୩ ମାସ ମଧ୍ୟରେ ଶେଷ ହୋଇଯିବ। ଆଉ ଏମାନେ ତୁରନ୍ତ କାମ କରିବା ଲାଗି ଉପଲବ୍ଧ ହୋଇଯିବେ।

ମୋଦୀ ଆହୁରି କହିଛନ୍ତି ଯେ, ଭାଇରସ ଏବେ ବି ରୂପ ବଦଳାଇବାର ସମ୍ଭାବନା ରହିଛି। ସେଥିପାଇଁ ପ୍ରତ୍ୟେକ ଚିକିତ୍ସା ଓ ସାବଧାନତା ଲାଗି ଦେଶକୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ଏହି ଲକ୍ଷ୍ୟ ସହ ଦେଶରେ ପ୍ରଣ୍ଟଲାଇନ ୱାର୍କର୍ସଙ୍କୁ ପ୍ରସ୍ତୁତ ରଖିବାର ମହାଅଭିଯାନ ଆରମ୍ଭ କରାଯାଇଛି।