ଏଏମୟୁର ଶତାଦ୍ଦୀ ସମାରୋହରେ ଯୋଗଦେବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୀଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମୟୁ)ର ଶତାଦ୍ଦୀ ସମାରୋହରେ ମୁଖ୍ୟଅତିଥି ଭାବେ ସାମିଲ ହେବେ। ଡିସେମ୍ବର ୨୨ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୋଦୀ ଭିଡିଓ କନଫ୍ରେନ୍ସିଂ ଯୋଗେ ଅଂଶଗ୍ରହଣ କରିବେ। ମୋଦୀଙ୍କ ବ୍ୟତୀତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏମଏୟୟୁର କୁଳପତି ପ୍ରଫେସର ତାରିକ ମଂସୁର ନିମନ୍ତ୍ରଣ ସ୍ୱୀକାର କରିଥିବାରୁ ଉଭୟ ପ୍ରଧାନମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କୁ ଆଭାର ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଦିବଙ୍ଗତ ଲାଲବାହାଦୂର ଶାସ୍ତ୍ରୀଙ୍କ ପରେ ଏଏମଏୟୁର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ। ୧୯୬୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଥିଲେ।