ରାଜ୍ୟରେ ୩୫୧ କରୋନାରେ ସଂକ୍ରମିତ : ସଂଖ୍ୟା ୩,୨୫,୧୪୭ରେ ପହଞ୍ଚିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୩୫୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୩ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୫ ହଜାର ୧୪୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୨, ସୁନ୍ଦରଗଡ଼ରୁ ୪୭, ଅନୁଗୁଳରୁ ୪୧, କଟକରୁ ୨୭, ସମ୍ବଲପୁରରୁ ୨୬, ନୂଆପଡ଼ାରୁ ୨୧, ବାଲେଶ୍ୱର ଓ ମୟୁରଭଞ୍ଜରୁ ୧୭ ଲେଖାଏଁ, ଝାରସୁଗୁଡ଼ାରୁ ୧୧ ଓ ବଲାଙ୍ଗିର ଜିଲ୍ଲାରୁ ୧୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୫ଲକ୍ଷ ୨ହଜାର ୪୫୧ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୨୫ ହଜାର ୧୪୭ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଅନ୍ୟପଟେ ୩ଲକ୍ଷ ୨୦ ହଜାର ୨୦୮ ଜଣ ସୁସ୍ଥ ହୋଇଛନ୍ତି ଓ ୩୦୬୧ଜଣ ଚିକିତ୍ସିତ ହେଉଛନ୍ତି।