ଲଗାତାର ଚତୁର୍ଥ ଦିନରେ ୩୦ ହଜାରରୁ କମ୍ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ଲଗାତାର ଚତୁର୍ଥ ଦିନରେ ୩୦ ହଜାରରୁ କମ୍ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୪ ହଜାର ୧୦ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୫୫ ଜଣଙ୍କର ମୃତ୍ୟୁ ଘଟିଛି। ଖାସ୍ କଥାଟି ହେଲା, ୩୨ ହଜାର ୨୯୧ ଜଣ ସୁସ୍ଥ ହୋଇଛନ୍ତି। ୧୦ ଦିନରେ ପଞ୍ଚମଥର ପାଇଁ ୩୦ ହଜାରରୁ କମ୍ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଶ୍ୱରେ ସର୍ବାଧିକ କରୋନା ଆକ୍ରାନ୍ତ ଅନୁସାରେ ଆମେରିକା, ବ୍ରାଜିଲ, ତୁର୍କୀ, ଜର୍ମାନୀ, ଋଷ ଓ ବ୍ରିଟେନ ପରେ ଭାରତ ରହିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ ଭାରତ ନବମ ସ୍ଥାନରେ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ୫୬ ହଜାର ହୋଇଥିବାବେଳେ ୯୪ଲକ୍ଷ ୮୯ ହଜାର ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪୪ ହଜାର ୪୫୧ ଜଣ ପ୍ରାଣ ହରାଇଛନ୍ତି ଓ ୩ଲକ୍ଷ ୨୨ ହଜାର ଚିକିତ୍ସିତ ହେଉଛନ୍ତି।