ଛତିଶଗଡ଼: ଛତିଶଗଡ଼ର ନାରାୟଣପୁରରେ ନକ୍ସଲବାଦୀମାନେ ଏକ ଆଇଇଡି ବିସ୍ଫୋରଣ କରିଛନ୍ତି । ଫଳରେ ଜଣେ ଆଇଟୀବୀପୀର ଏଏସଆଇ ରାଜେନ୍ଦ୍ର କୁମାର ସହିଦ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଜଣେ ବରିଷ୍ଠ କନେଷ୍ଟବଳ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ଚିକିତ୍ସା ପାଇଁ ରାୟପୁର ପଠାଇ ଦିଆଯାଇଛି । ଏନେଇ ନାରାୟଣପୁର ଏସପି ସଦାନନ୍ଦ କୁମାର ସୂଚନା ଦେଇଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ଆଟୀବୀପୀର ଏକ ଗ୍ରୁପ ଆଜି ପେଟ୍ରୋଲିଂ ପାଇଁ ବାହାରିଥିଲେ । ସୋନପୁର ଥାନା କ୍ଷେତ୍ରରେ ନକ୍ସଲବାଦୀମାନେ ଆଇଇଡି ଲଗାଇଥିଲେ । ସେହି ବାଟ ଦେଇ ଯିବା ସମୟରେ ଯବାନ ଏହାର ଶିକାର ହୋଇଥିଲେ ।