ଶହେ ତଳେ କରୋନା ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ ପଜିଟିଭ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି ଦୈନିକ କରୋନାର ସଂକ୍ରମଣ। ଗତ ୨୪ ଘଣ୍ଟାରେ ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୨ କିଶୋର କିଶୋରୀ ରହିଥିବା ବେଳେ ୪୧ କ୍ବାରେଣ୍ଟାଇନ ସେଣ୍ଟର ଓ ୨୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୩ , ଭଦ୍ରକରୁ ୧, ବଲାଙ୍ଗିରରୁ ୧, କଟକରୁ ୪ , ଗଜପତିରୁ ୭, ଗଞ୍ଜାମରୁ ୧୨, ଜଗତସିଂହପୁରରୁ୧, ଯାଜପୁରରୁ ୩, ଝାରସୁଗୁଡାରୁ ୨, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି କୋରାପୁଟରୁ ୩, ମୟୁରଭଞ୍ଜରୁ ୨, ନବରଙ୍ଗପୁରରୁ ୧, ନୟାଗଡରୁ ୧, ନୂଆପଡାରୁ ୧, ପୁରୀରୁ ୧, ସମ୍ବଲପୁରରୁ ୧୧, ସୋନପୁରରୁ ୧, ସୁନ୍ଦରଗଡରୁ ୧ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬,୬୯୪ରେ ପହଞ୍ଚିଛି।