ଭୂଗର୍ଭ ବୈଜ୍ଞାନିକଙ୍କ ଚେତାବନୀ: ନୈନିତାଲ ପାଇଁ ବଢୁଛି ବିପଦ! ପାହାଡ଼ରୁ ଖସୁଛି ପଥର

ନୈନିତାଲ,ଏଜେନ୍ସି: କୌଣସି ପାହାଡ଼ ହେଉ କି ସହର ହେଉ, ଏହାର ଭାର ସମ୍ଭାଳିବା ଏହାର ଏକ କ୍ଷମତା ସୀମତ ଥାଏ । ମନୁଷ୍ୟ ଯଦି ଏହାଠାରୁ ଅଧିକ ନିର୍ମାଣ କରିବା ଅଥବା ଓଜନ ବଢ଼ାଇବ, ତା’ହେଲେ ଧ୍ୱଂସ ଆଡ଼କୁ ଯିବା ସୁନିଶ୍ଚିତ । ଉତ୍ତରାଖଣ୍ଡର ନୈନିତାଲ ପାଇଁ ଏହା ହିଁ ହୋଇଛି । ନୈନିତାଲ ପାଇଁ ଆଗାମୀ ଦିନରେ ବଡ଼ ବିପଦ ମାଡ଼ି ଆସୁଛି । ଏଠାକାର ପାହାଡ଼ରୁ ପଥର ଖସୁଛି । ପାହାଡ଼ରୁ ଖସୁଥିବା ଚୂନ ପଥର ହ୍ରଦକୁ ଯାଉଛି । ଭୂଗର୍ଭ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି ଯେ, ଯଦି ନୈନିତାଲରେ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଲାଗୁ କରା ନ ଯିବ, ତା’ହେଲେ ଏହି ସୁନ୍ଦର ପର୍ଯ୍ୟଟନ ସହର ବଞ୍ଚାଇବା କଷ୍ଟକର ହୋଇଯିବ ।

ଇଂରେଜ ସରକାରଙ୍କ ଅମଳରେ ନୈନିତାଲ ସହରକୁ ପ୍ରତିଷ୍ଠା କରିଥିଲେ । ସଫା-ସୁଥୁରା ପରିବେଶ ଓ ସମସ୍ତ ସୁବିଧା କରିଥିଲେ । ଏଠାକାର ପବନ ଓ ପାଣି ସ୍ୱାସ୍ଥ୍ୟ ପାଇଁ ଭଲ ଥିଲା । ଇଂରାଜୀମାନେ ନିର୍ଦ୍ଧାରଣ କରିଥିଲେ ଯେ, ନୈନିତାଲ ପାହାଡ଼ରେ ସର୍ବାଧିକ କେତେ ଲୋକ ରହିପାରିବେ । କାରଣ ସେହି ସମୟରେ ମଧ୍ୟ ଏହି ଅଞ୍ଚଳ ଭୂଗର୍ଭୀୟ ପରିବର୍ତ୍ତନ ଅନୁସାରେ ସମ୍ବେଦନଶୀଳ ଥିଲା । ନୈନିତାଲର ମଲ ରୋଡ ଆରମ୍ଭରୁ ହିଁ ସଂକୀର୍ଣ୍ଣ ଅଞ୍ଚଳରେ ବସିଥିଲା । ଏମିତିରେ ବି ୧୮୮୦ରେ ଆସିଥିବା ବିନାଶକାରୀ ଭୂସ୍ଖଳନ କଥା ମନେ ପଡ଼ିଯାଇଥାଏ ।

ନୈନି ହ୍ରଦର ତିନି ପାଶ୍ୱର୍କୁ ପାହାଡ଼ରୁ ଚୂନପଥର ଖସିବାରେ ଲାଗିଛି । ୨ଟି ପାଶ୍ୱର୍ରୁ ସହର ଦେଖାଯାଉଛି । ଯଦି ଅଧିକ ମାତ୍ରାରେ ପାହାଡ଼ରୁ ପଥର ଖସିବ ଅଥବା ଭୂସ୍ଖଳନ ହେବ, ତା’ହେଲେ ସହରରେ ସୁନାମୀ ହୋଇପାରେ । ୧୮୮୦ ମହିସା ସେପ୍ଟେମ୍ବର ୧୮ରେ ନୈନିତାଲର ଲୋକସଂଖ୍ୟା ୧୦ହଜାରରୁ କମ ଥିଲା । ସେହି ସମୟରେ ଯେଉଁ ଭୂସ୍ଖଳନ ହୋଇଥିଲା, ସେଥିରେ ୪୩ ଜଣ ବ୍ରିଟିଶ ନାଗରିକଙ୍କ ସହିତ ୧୫୧ ଜଣ ଲୋକ ଥିଲେ । ନୈନିତାଲର ଇତିହାସ ସବୁଠାରୁ ଲୋମହର୍ଷଣକାରୀ ଭାବେ ଗଣତି କରାଯାଇଥାଏ । ୨୦୨୨ ଜୁଲାଇ ୨୪ରେ ନୈନିତାଲରେ ଭୂସ୍ଖଳନ ହୋଇଛି । ଏହା ୧ ଘଣ୍ଟାର ଲଗାତାର ବର୍ଷା ପରେ ହୋଇଛି । ତେଣୁ ଲୋକେ ଭୟଭୀତ ହୋଇଛନ୍ତି ।