ନୂଆଦିଲ୍ଲୀ: କମନୱେଲଥ ଗେମକୁ ନେଇ ଭାରତକୁ ଆଜି ଏକ ବଡ଼ ଝଟକା ଲାଗିଛି । ଭାରତର ଷ୍ଟାର ଆଥଲେଟ ତଥା ଜେଭଲିନ ଥ୍ରୋଓର ନୀରଜ ଚୋପ୍ରା ଆହତ ହୋଇଥିବା କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଏନେଇ ଭାରତୀୟ ଅଲମ୍ପିକ ଆସୋସିଏସନ ରାଜୀବ ମେହତା ସୂଚନା ପ୍ରଦାନ କରିଛନ୍ତି ।
ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଆନସିପ ପରେ ନୀରଜଙ୍କର ଏମଆରଆଇ ସ୍କାନ ହୋଇଥିଲା । ଏଥିରେ ତାଙ୍କୁ ଗ୍ରୋଇନ ଇଞ୍ଜରୀ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସ୍ଥିତିରେ ନୀରଜଙ୍କୁ ମାସକ ପାଇଁ ବିଶ୍ରାମ ଦିଆଯାଇଛି ।
ସୂଚନାଯୋଗ୍ୟ, ବର୍ମିଂଘମରେ ଜୁଲାଇ ୨୮ରେ ଆରମ୍ଭ ହେବାକୁ ଥିବା କମନୱେଲଥ ଗେମରେ ନୀରଜ ଚୋପ୍ରାଙ୍କ ମୁକାବିଲା ଅଗଷ୍ଟ ୫ରେ ଥିଲା । ନୀରଜ ବାହାର ହେବା ପରେ ଭାରତର ପଦକ ଆଶା ମଧ୍ୟ ମଉଳିଯାଇଛି । ଅନ୍ୟପଟେ ଜାଭଲିନ ଥ୍ରୋରେ ରୋହିତ ଯାଦବ ଓ ଡିପି ମନୁ ଭାରତର ପ୍ରତିନିଧିତ୍ୱ କରିବେ ।