ରବି ରାୟ ସ୍ମାରକୀ ସମ୍ମାନରେ ସମ୍ମାନ୍ନିତ ହେଲେ ନାଚିକା ଲିଙ୍ଗା

କୋରାପୁଟ,ଏନ୍ଏନ୍ଏସ୍: ନୂଆଦିଲ୍ଲୀର ଲୋହିଆ ଏକାଡେମୀ ଦ୍ୱାରା ସ୍ଥାନୀୟ ଆଦିବାସୀ ସଂଗ୍ରାହଳୟରେ ଇଂ.ନୃସିହାନନ୍ଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଚାଷୀ ମୂଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗାଙ୍କୁ ରବି ରାୟ ସ୍ମାରକୀ ସମ୍ମାନ ୨୦୨୦ରେ ସମ୍ମାନିତ କରାଯାଇଛି। ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ ଅଭିନନ୍ଦନ ପତ୍ର ପଠନ କରିଥିଲେ। ନାଚିକା ଲିଙ୍ଗା ସବୁବେଳେ ହିଂସାଠାରୁ ନିଜକୁ ଦୂରେଇ ରଖି ଆସିଛନ୍ତି ବୋଲି ବରିଷ୍ଠ ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀ କହିଥିଲେ। ମୋ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଥିଲା ବୋଲି ନାଚିକା ଲିଙ୍ଗା ମତ ରଖିବା ସହ ସେ ସବୁବେଳେ ଅହିଂସା ନିତି ଓ ଆଇନ୍ ଉପରେ ବିଶ୍ୱାସ କରନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଅନ୍ୟପକ୍ଷରେ ସେ ବର୍ତ୍ତମାନ ସୁଦ୍ଧା ରାଜନିତିରେ ଯୋଗଦେବା ବିଷୟରେ ଚିନ୍ତା କରିନାହାନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ଲୋହିଆ ଏକାଡେମୀର ସହଯୋଗୀ ମାନସ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟିର ସମ୍ପାଦକ ଗଦାଧର ପରିଡା , ସଦସ୍ୟ ଡ. ଜଗବନ୍ଧୁ ସାମଲ , ନାରାୟଣପାଟଣା , ସେମିଲିଗୁଡା ଓ ପଟ୍ଟାଙ୍ଗୀ ଅଞ୍ଚଳର ଆଦିବାସୀ ନେତାମାନେ ବୈଠକରେ ଉପସ୍ଥିତ ଥିଲେ। ଏହି ଅବସରରେ ନାଚିକା ଲିଙ୍ଗାଙ୍କ ପତ୍ନୀ ଟିକାଇ ଲିଙ୍ଗା ଓ ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନ୍ନିତ କରାଯାଇଥିଲା।