ନବରଙ୍ଗପୁରକୁ ମିଳିଲା ପ୍ଲାଟିନମ୍ ସ୍କଚ୍ ପୁରସ୍କାର

ନବରଙ୍ଗପୁର, ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ବିକାଶ ମଡେଲ ଜାତୀୟସ୍ତରର ପ୍ଲାଟିନମ୍ ସ୍କଚ୍ ପୁରସ୍କାର ପାଇଛି। ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକରୁଥିବା ପ୍ରକଳ୍ପ ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲା। ଏସମ୍ପର୍କରେ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ସନ୍ଧ୍ୟାରେ ଏକ ସମ୍ବାଦିକ ସମ୍ମିଳୀ କରି ସୂଚନା ପ୍ରଦାନ କରିବା ସହ ଏହି ସମ୍ମାନ ଜନକ ଜାତୀୟ ପୁରସ୍କାର ପାଇଁ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲାରେ କୃଷି ଓ କୃଷକର ବିକାଶ ପାଇଁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କେନ୍ଦ୍ର ଓ ରାଜ୍ୟର କୃଷି ଗବେଷଣା ସଂସ୍ଥା, ଚାଷୀ, ଲୋକପ୍ରତିନିଧିଙ୍କ ସହଯୋଗ କାରଣରୁ ଏହି ପୁରସ୍କାର ମିଳିଛି।