ନବରଙ୍ଗପୁର ଅଟୋ ସଂଘ ପୁନର୍ଗଠିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଅଟୋ ସଂଘର ନିର୍ବାଚନ ସ୍ଥାନୀୟ ଆର.ଏମ୍‌.ସି. ପରିସରରେ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତିକ୍ରମେ ନବରଙ୍ଗପୁରର ବରିଷ୍ଠ ଆଇନଜୀବୀ ସୁବୋଧ ଚନ୍ଦ୍ର ବେନ୍ୟା (ମୁନା ବେନ୍ୟା)ଙ୍କୁ ସଂଘର ସଭାପତି ଭାବେ ନିର୍ବାଚିତ କରାଯାଇଛି । ଉପସଭାପତି ଭାବେ ରବୀନ୍ଦ୍ର ଖଣ୍ଡୁଆଳ, ସହଉପସଭାପତି ଭାବେ ସୁମନ୍ତ ସୁନା, ସମ୍ପାଦକ ଭାବେ ହରି ଟାକ୍ରି, ସହସମ୍ପାଦକ ଭାବେ ସଞ୍ଜୟ ସାହୁ ଓ କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ଜାନୀ ନିର୍ବାଚିତ ହୋଇଛନ୍ତି। ସମସ୍ତ ନିର୍ବାଚିତ କର୍ମକର୍ତ୍ତାମାନେ ସଂଘର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ସଂଘର ସଦସ୍ୟଙ୍କ ସମସ୍ତ ସମସ୍ୟା ଓ ଅସୁବିଧାକୁ ଦୃଷ୍ଟିରେ ରଖି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଛନ୍ତି । ଆଗାମୀ ୨ ବର୍ଷ ପାଇଁ ପୁନର୍ଗଠିତ ଏହି ସଂଘ ନବରଙ୍ଗପୁରର ଅଟୋ ମାଲିକ ଓ ଅଟୋ ଚାଳକଙ୍କ ହିତ ଓ କଲ୍ୟାଣ ପାଇଁ କାର୍ଯ୍ୟ କରିବ ।