ପୁଣି ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ଧାମୀ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଜି ପୁଣିଥରେ ଟନେଲ ଭିତରକୁ ଯାଇ ରେସ୍କ୍ୟୁ ଅପରେସନ ଦେଖିଛନ୍ତି । ଏହାସହ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ସହ କଥା ହୋଇଥିଲେ । ଏହାସହ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧରେ ମଧ୍ୟ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ, କଠିନ ପରିସ୍ଥିତିରେ ସରକାର ଦୃଢ଼ ଭାବେ ରେସ୍କ୍ୟୁ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ପାଇପରେ ଫସିଥିବା ଆଗର ମେସିନ ଖୁବଶୀଘ୍ର କାଟିକି ବାହାରକୁ ଅଣାଯିବ । ଯେଉଁଥିପାଇଁ ହାଇଦ୍ରାବାଦରୁ ପ୍ଲାଜମା କଟର ମଗାଯାଇଛି । କମ୍ୟୁନିକେସନ ସିଷ୍ଟମ ମାଧ୍ୟମରେ ଭିତରେ ଫସିଥିବା ଲୋକଙ୍କ ସହ କଥା କୁହାଯାଇଛି । ଭିତରେ ଫସିଥିବା ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ସ୍ଥିତି ଉପରେ ନଜର ରଖିଛନ୍ତି ।