ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ଜିଲ୍ଲାର ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଏକାଦଶାହ ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ବିଧାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଶାନ୍ତକୁମାର ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ କୁମାର ଜେନା, ବିଧାୟକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଦେବୀ ପ୍ରସାଦ ମିଶ୍ର, ଜଳସେଚନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଡ.ରାଜଶ୍ରୀ ମଲ୍ଲିକ , ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ନିଆଳୀ ବିଧାୟକ ଡା. ପ୍ରମୋଦ କୁମାର ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଞ୍ଜୀବ ସାହୁ, କନକପ୍ରଭା ଲେଙ୍କା, ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର, ପଛୁଆବର୍ଗ ଅଧ୍ୟକ୍ଷ ନାରାୟଣ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ଯୁବନେତା ରତିରଞ୍ଜନ ବେହେରା, ସରୋଜ କୁମାର ବିଶ୍ୱାଳ, ବିଜେଡି ଛାତ୍ରନେତା ସମ୍ବିତ ଲେଙ୍କା, କଂଗ୍ରେସର ଜିଲ୍ଲାସଭାପତି ନଟବର ବାରିକ, ଆଇନଜୀବୀ ରବୀନ୍ଦ୍ର ନାଥ ମହାନ୍ତି, ବିଷ୍ଣୁ ବାରିକ, ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଉପେନ୍ଦ୍ର ନାଥ ବିଶ୍ୱାଳ, ଗଣେଶ ପ୍ରସାଦ ମହାନ୍ତି ଯୋଗଦେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ସ୍ମୃତିଚାରଣ କରିଥିଲେ।