ଜନ ଔଷଧି ଦିବସ ପାଳିତ

ନବରଙ୍ଗପୁର,ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜନ ଔଷଧୀ କେନ୍ଦ୍ରରେ ରବିବାର ଜନ ଔଷଧୀ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ଉପ-ସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁରଦୃଷ୍ଟି ଯୋଗୁଁ କମ ମୂଲ୍ୟରେ ଉଚ୍ଚ ଗୁଣମାନର ଔଷଧର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ସାରାଦେଶରେ ହଜାର ହଜାର ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ଖୋଲାଯାଇଛି। ଯେଉଁଠାରେ ଔଷଧ ଗୁଡିକ ବଜାରଦର ତୁଳନାରେ ୫୦ ରୁ ୯୦ ପ୍ରତିଶତ ଶସ୍ତା ମୂଲ୍ୟରେ ବିକ୍ରି ହେଉଛି । ଏହାଯୋଗୁଁ କେବଳ ଗରିବ ନୁହେଁ ମଧ୍ୟବିତ୍ତ ଜନସାଧାରଣ ମଧ୍ୟ ଲାଭାନ୍ୱିତ ହୋଇପାରୁଥିବା କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ଶ୍ୟାମସୁନ୍ଦର ମାଝୀ, ବସନ୍ତ ମାଝୀ, ମହେନ୍ଦ୍ର ନାୟକ, ଦିଲ୍ଲୀପ ଦାସ, ପ୍ରଭାତ ସୁନା ପ୍ରମୁଖ ଯୋଗ ଦେଇଥିଲେ।