ନବନିର୍ମିତ ନବଗ୍ରହଙ୍କ ପ୍ରତିଷ୍ଠା

ଚନ୍ଦ୍ରପୁର/ବିଷମକଟକ,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ କୁଟ୍ରାଗଡ଼ସ୍ଥିତ ଗ୍ରାମ ଇଷ୍ଟଦେବୀ ମାଁ ମାଣିକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ନବନିର୍ମିତ ନବଗ୍ରହଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି । ନବଗ୍ରହଙ୍କ ପ୍ରତିଷ୍ଠା କାର୍ଯ୍ୟରେ ବିଭିନ୍ନ ସ୍ଥାନରୁ କୀର୍ତ୍ତନ ମଣ୍ଡଳୀ ଆସିବା ସହ ଶତାଧିକ ଭକ୍ତଙ୍କ ଦ୍ୱାରା ନାମ ସଙ୍କୀର୍ତ୍ତନ ଓ ଶଙ୍ଖ ହୁଳହୁଳିରେ ମନ୍ଦିର ପ୍ରାଙ୍ଗଣ ପ୍ରକଙ୍କତି ହୋଇ ଉଠୁଥିଲା । ଏଥିରେ ଗାଁ ମୁଖିଆ ରଘୁ ଅରକ୍ଷିତ ପାତ୍ର ଓ ପୁରନ୍ଧର ପାତ୍ର ଜଜ୍‌ମାନ ଭାବେ କାର୍ଯ୍ୟ କରୁଥିବାବେଳେ ପୁରୋହିତ ଦେବରାଜ ତ୍ରିପାଠୀ ଓ ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ମନ୍ତ୍ରପାଠରେ ବିଗ୍ରହଙ୍କୁ ସ୍ଥାପିତ କରାଯାଇଥିଲା । ଶତାଧିକ ଭକ୍ତ ନବଗ୍ରହଙ୍କୁ ପୂଜାର୍ଚ୍ଚନା କରିବା ସହ ଅନ୍ନ ଭୋଗ ପ୍ରସାଦ ସେବନ କରିଥିଲେ । କୁଟ୍ରାଗଡ଼ ଗ୍ରାମ ମନ୍ଦିର କମିଟି କାର୍ଯ୍ୟକ୍ରମ ପରିଚାଳିତ କରିଥିବାବେଳେ ଗ୍ରାମର ଯୁବକ ଓ ମହିଳାମାନେ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ।