ଡା. ଗୌରାଙ୍ଗ ରାଉତଙ୍କୁ ସାହିତ୍ୟ ସେବକ ସବୁଜ ସମ୍ମାନ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ବୀର ସୁରନ୍ଦ୍ର ସାଏ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜନ୍ମ ତିଥି ଉପଲକ୍ଷେ ମାଟିର ସ୍ୱର ୩ୟ ବାର୍ଷିକ ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁପରିଚିତ ଲେଖକ, ସ୍ତମ୍ଭକାର ଓ ପରିବେଶବିତ୍ ଡା. ଗୌରାଙ୍ଗ ଚରଣ ରାଉତଙ୍କୁ ।ହିତ୍ୟ ସେବକ ସବୁଜ ସମ୍ମାନରେ ସମ୍ମାନିତ କରାଯାଇଛି । ବିଶିଷ୍ଟ ନାଟ୍ୟକାର ଶିକ୍ଷାବିତ୍ ଲକ୍ଷ୍ମୀଧର ଦାଶଙ୍କ ଅଧ୍ୟକ୍ଷତା ଏବଂ ପ୍ରଭାତ କୁମାର ସାହୁଙ୍କ ସଂଯୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାକ୍ତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ବିଶିଷ୍ଟ ସର୍ବୋଦୟ କର୍ମୀ ବିନୋଦ ମହାନ୍ତି, ପଦ୍ମଶ୍ରୀ ସାବରମତୀ, ପରିବେଶବିତ୍ ଡା. ଦିଲ୍ଲୀପ ଶ୍ରୀ, ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ ଡା. ମଦନମୋହନ ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶ୍ରୀ ରାଉତଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।