ସତୀଶଙ୍କ ମୃତ୍ୟୁ ମାମଲା: ଔଷଧରେ ବିଷ ଦେଇ ହତ୍ୟା କରାଯାଇଥିବା ନେଇ ଏତଲା ଦେଲା ସ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଅଭିନେତା ତଥା ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାରେ ବଡ ଟ୍ବିଷ୍ଟ । ଗତକାଲି(ଶନିବାର) ସକାଳୁ ଫାର୍ମା ହାଉସରୁ ନିଷିଦ୍ଧ ଔଷଧ ଜବତ ହୋଇଥିବା ବେଳେ ସନ୍ଧ୍ୟାରେ ଦିଲ୍ଲୀର ଜଣେ ମହିଳା ସତୀଶଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ୧୫ କୋଟି ଟଙ୍କା ପାଇଁ ତାଙ୍କ ସ୍ବାମୀ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ହତ୍ୟା କରିଛନ୍ତି ବୋଲି ସେ ଦିଲ୍ଲୀ ପୋଲିସ କମିଶନରଙ୍କ ଅଫିସକୁ ଯାଇ ଏତଲା ଦାୟର କରିଛନ୍ତି । ଏହି ହତ୍ୟା ଘଟଣାରେ ମୋ ସ୍ବାମୀଙ୍କ ସମ୍ପୃକ୍ତି ରହିଛି ଏବଂ ସେ ଔଷଧରେ ବିଷ ଦେଇ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦିଲ୍ଲୀର ଜଣେ ମହିଳା ।

ମହିଳା ଜଣକ ଦାବି କରି କହିଛନ୍ତି, “ମୁଁ ୨୦୧୯ ମସିହା ମାର୍ଚ୍ଚ ୧୩ ତାରିଖ ଦିନ ବ୍ୟବସାୟୀଙ୍କୁ ବିବାହ କରିଥିଲି । ସତୀଶ କୌଶିକ ମୋ ସ୍ବାମୀଙ୍କ ସହ ପରିଚିତ ଥିଲେ । ସେମାନେ ଭାରତ ଏବଂ ଦୁବାଇରେ ଅନେକ ଥର ସାକ୍ଷାତ ମଧ୍ୟ କରୁଥିଲେ ।”