ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନସଙ୍କୁ କାଠଫାଳିଆରେ ଶର୍ମିଷ୍ଠା ଓ ନିରଞ୍ଜନ ନିସ୍ତୁକ ପିଟିଥିଲେ। ବାଉଁଶରେ ଅଣ୍ଟାକୁ ମାଡ଼ ମାରିଥିଲେ। ଫଳରେ ମାନସଙ୍କ ମୃତ୍ୟୁଘଟିଥିଲା। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଏହି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମ୍ବ୍ରାଞ୍ଚ ୩ଦିନିଆ ରିମାଣ୍ଡରେ ନେଇ ଘନଘନ ଜେରାକରୁଛି। ଏହି ସମୟରେ ମାନସଙ୍କୁ କିଭଳି ହତ୍ୟା କରାଯାଇଥିଲା, ସେସମ୍ପର୍କରେ ଶର୍ମିଷ୍ଠା ବଖାଣିଛି। ଶର୍ମିଷ୍ଠା କହିଛି, ମାନସଙ୍କୁ ଦୟାଲ ଆଶ୍ରମରେ ଗୋଟିଏ ବାଉଁଶ ଓ ୩ଟି କାଠ ଫାଳିଆରେ ପିିଟିପିଟି ହତ୍ୟା କରାଯାଇଥିଲା। ଏହାପରେ ଆଶ୍ରମର ମହିଳା କେୟାରଟେକରଙ୍କୁ ସେଗୁଡ଼ିକୁ ଫୋପାଡ଼ି ଦେବାକୁ କୁହାଯାଇଥିଲା।
ଶର୍ମିଷ୍ଠାଙ୍କ ଚାପରେ ପଡ଼ି କେୟାରଟେକର୍ ଆଶ୍ରମର ଝରକା ବାଟ ଦେଇ ସେଗୁଡ଼ିକୁ ଫୋପାଡ଼ି ଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ କ୍ରାଇମ୍ବ୍ରାଞ୍ଚ କେୟାରଟେକରଙ୍କୁ ପଚରାଉଚରା କରିଥିଲା। ପରେ ତାଙ୍କ ଠାରୁ ସୂଚନାପାଇ ଆଶ୍ରମ ବାହାରୁ ବାଉଁଶ ଓ କାଠ ଫାଳିଆକୁ ଜବତ କରିଛି। ଏହା ହତ୍ୟାର ବ୍ୟବହୃତ ହୋଇଛି କି ନାହିଁ ଜାଣିବାକୁ ସେଗୁଡ଼ିକୁ ପରୀକ୍ଷା ପାଇଁ ଏସ୍ସିବି ମେଡିକାଲ କଟକର ଏଫ୍ଏମ୍ଟି ବିଭାଗକୁ ପଠାଇଛି। ତେବେ ମାନସଙ୍କୁ ଜବତ ସାମଗ୍ରୀରେ ସମ୍ଭବତଃ ହତ୍ୟା କରାଯାଇଥିବା ବିଭାଗୀୟ ପ୍ରଫେସର କହିଛନ୍ତି। ଏଥିସହ ସହଯୋଗୀ ଝୁନା ଭୋଇ ଜବତ ବାଉଁଶ ଓ କାଠଫାଳିଆକୁ ଚିହ୍ନଟ କରିଥିବା କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।