ଗଞ୍ଜେଇ ମାଫିଆଙ୍କ ନୃଶଂସ କାଣ୍ଡ: ଟାଙ୍ଗିଆରେ ହାଣି ହୋମଗାର୍ଡଙ୍କୁ ହତ୍ୟା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଲାଣକାରୀଙ୍କ ନୃଶଂସ କାଣ୍ଡ। ଗଞ୍ଜେଇ ଚାଲାଣ ବେଳେ ଚାଲାଣକାରୀ ଜଣଙ୍କ ପୁଲିସ ହୋମଗାର୍ଡଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳୁ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ନୂଆଗୁଡା ଜଙ୍ଗଲରେ କିଛି ଗଞ୍ଜେଇ ଚାଲାଣକାରୀ କାଉଡି ଯୋଗେ ଗଞ୍ଜେଇ ନେଉଥିବା ବେଳେ ପୁଲିସର କିଛି କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିଲା।

ଏହି ସମୟରେ ଗଞ୍ଜେଇ ଚୋରା ଚାଲାଣକାରୀ ମାନେ ଜଣେ ହୋମଗାର୍ଡଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ହୋମଗାର୍ଡ ବନବାସୀ ମହାରଣା ଗୁରୁତର ଆହତ ହେବା ପରେ ମୃତ୍ୟୁ ବରଣ କରିଥିଲେ। ସେହିପରି ପୁଲିସ କିଛି ମାଫିଆଙ୍କୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି।