ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଛାଡପତ୍ର ପାଇଁ ପିଟିସନ ଦାଖଲ କରିଛନ୍ତି। ୪୭ ପୃଷ୍ଠା ବିଶିଷ୍ଟ ଏହି ପିଟିସନରେ ପତ୍ନୀ ବର୍ଷାଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ସାଂସଦ ଅନୁଭବ ମହାନ୍ତି। ତେବେ ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ପିଟିସନରେ ଉଲ୍ଲେଖ ହୋଇଛି।
ଏଥିସହିତ ସାଂସଦ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ଶାରୀରିକ ସମ୍ପର୍କ ସ୍ଥାପନ ନ ହେବାରୁ ଅସହଜ ଓ ଅସୁଖୀ ମନେକରୁଥିଲି। ବାହାଘରର ପ୍ରଥମ ଦିନରୁ ହିଁ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ଥିଲେ। ଏନେଇ ବର୍ଷା ଅନୁଭବଙ୍କୁ ୩/୪ ମାସ ସମୟ ମଧ୍ୟ ମାଗିଥିଲେ ଏବଂ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲି ବୋଲି ସାଂସଦ ମହାନ୍ତି କହିଛନ୍ତି।
