ମାଲକାନଗିରି ଜିଲ୍ଲାପାଳଙ୍କ ସହିତ ଅନ୍ୟ ୪ ଜଣଙ୍କ ନାଁରେ ହତ୍ୟା ମାମଲା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି। ଏଥିସହିତ ତାଙ୍କର ୪ ସହକର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶରେ ମାଲକାନଗିରି ପୁଲିସ ଏହି ମାମଲା ରୁଜୁ କରିଛି। ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ପୁଲିସ ଆଇପିସି ଧାରା- ୩୦୨, ୫୦୬, ୨୦୧, ୨୦୪, ୧୨୦(ବି) ଓ ୩୪ରେ ମାମଲା ରୁଜୁ କରିଛି।

ଗତ ୨୮ ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା। କୌଣସି ପାରିବାରିକ କଳହ ନଥିବା ବେଳେ ଅଫିସ୍‌ ଚାପ ଯୋଗୁଁ ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇ ପାରିଥାନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ। ଏଥିସହିତ ଦେବନାରାୟଣଙ୍କ ପରିବାର କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।