ଜ୍ୱାଇଁର ଠେଙ୍ଗା ମାଡ଼ରେ ଶ୍ୱଶୂର ମୃତ

ସୁନ୍ଦରଗଡ଼,ଏନ୍ଏନ୍ଏସ୍ : ସାମାନ୍ୟ ଘରୋଇ କଳହରୁ ଉତ୍ତେଜିତ ହୋଇ ଜନୈକ ବୃଦ୍ଧଙ୍କୁ ତାଙ୍କ ଜ୍ୱାଇଁ ଠେଙ୍ଗାରେ ପିଟିପିଟି ହତ୍ୟା କରିବା ଘଟଣା ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ଘଟିଛି ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଭଅଁରଖୋଲ ଗ୍ରାମରେ। ଗୁରୁବାର ବିଳମ୍ବିତ ରାତିରେ ଗାଁର ବିଶେଶ୍ୱର ନାଗ ଏବଂ ତାଙ୍କ ଜ୍ୱାଇଁ ଲଳିତ ଓରାମଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଲଳିତ ଉତ୍ତେଜିତ ହୋଇ ଘରେ ଥିବା ଏକ ଠେଙ୍ଗାରେ ବିଶେଶ୍ୱରଙ୍କୁ ବାଡ଼େଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବିଶେଶ୍ୱରଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଲେଫ୍ରିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଲଳିତକୁ ଗିରଫ କରିବାସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ସରକାରୀ ଚିକିତ୍ସାଳୟକୁ ପଠାଇଥିଲା।