ପଥରରେ ଛେଚି ହତ୍ୟା

ଜୟପୁର,ଏନ୍ଏନ୍ଏସ୍: ଜୟପୁର ଟାଉନ୍ ଥାନା କୁମ୍ଭାର ସାହିରେ କେହି ଦୁର୍ବୃତ୍ତ ଜଣେ ବ୍ୟକ୍ତିକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ଜୟପୁର ମାଳି ସାହିର ଚନ୍ଦ୍ରପରଜା ବୋଲି ଜଣାପଡିଛି । ସୂଚନା ଅନୁସାରେ, ଶନିବାର ରାତିରେ ଚନ୍ଦ୍ର କେତେକ ସାଙ୍ଗମାନଙ୍କ ସହ ମିଶି ମଦ ପିଇବାକୁ ଯାଇଥିଲେ। ବିଳମ୍ବିତ ରାତି ଯାଏ ସେ ଘରକୁ ଫେରିନଥିବାବେଳେ ରବିବାର ସକାଳେ କୁମ୍ଭାର ସାହି ଅଙ୍ଗନବାଡି କେନ୍ଦ୍ର ନିକଟରେ ଚନ୍ଦ୍ରର ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ରକ୍ତଭିଜା ଏକ ପଥର ପଡିଥିଲା। ଖବରପାଇ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା, ଟାଉନ୍ ଥାନା ଅଧିକାରୀ ବାଲେଶ୍ୱର ଗିଦ୍ଧି ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହ ରକ୍ତଭିଜା ପଥର ଜବତକରି ତଦନ୍ତ ଆରମ୍ଭ କରିଛନ୍ତି। ଖୁବ୍ଶୀଘ୍ର ହତ୍ୟାକରୀ ଧରାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

More information is available in our privacy and cookie statement. viagra for sale Close Privacy Overview This website uses cookies to improve your experience while you navigate through the website.