ଗୁଣିଗାରିଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ମାଲକାନଗିରି,ଏନ୍ଏନ୍ଏସ୍: ଗୁଣି ଗାରେଡ଼ି ସନ୍ଦେହରେ ମାଲକାନଗିରି ଜିଲ୍ଲା ତୁମସାପାଲ୍ଲି ଗ୍ରାମରେ ମୁକା ମାଡକାମି (୫୫)ନାମକ ଜଣେ ବୃଦ୍ଧଙ୍କୁ ସେହି ଗ୍ରାମର ରାମା ସୋଡି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ଏକ ଧାରୁଆ ଅସ୍ତ୍ରରେ ମୁକାଙ୍କୁ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ ସୂଚନା ଦେଇଛନ୍ତି।