ତାମିଲନାଡୁ: ୯ମ, ୧୦ମ ଓ ୧୧ଶ ଶ୍ରେଣୀ ପିଲା ପାସ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ,ଏଜେନ୍ସି: କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଚଳିତବର୍ଷ ୯ମ, ୧୦ମ ଓ ୧୧ଶ ଶ୍ରେଣୀର ବାର୍ଷିକ ପରୀକ୍ଷାକୁ ବାତିଲ କରିବା ସହ ସବୁ ଛାତ୍ରଛତ୍ରୀଙ୍କୁ ପାସ୍ ଘୋଷିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ୱାମୀ ଗୁରୁବାର ଏ ପ୍ରସଙ୍ଗରେ ବିଧାନସଭାରେ ସୂଚନା ଦେଇଛନ୍ତି। ଅବଶ୍ୟ ଏ ପ୍ରସଙ୍ଗରେ ଶିକ୍ଷକ ଓ ଅଭିଭାବକଙ୍କ ମତାମତ ନିଆଯିବାପରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଇଛିି। ଚଳିତବର୍ଷ ଜାନୁଆରୀରୁ ରାଜ୍ୟରେ ୧୦ମ ଓ ୧୨ଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପାଠପଢା ଆରମ୍ଭ କରାଯାଇଛି। ଗତବର୍ଷ ମାର୍ଚ୍ଚରେ କୋଭିଡ୍ ଯୋଗୁଁ ତାମିଲନାଡୁ ସରକାର ପ୍ରଥମରୁ ନବମ ପର୍ଯ୍ୟନ୍ତ ସବୁ ଶ୍ରେଣୀ ପିଲାଙ୍କୁ ପାସ୍ ଘୋଷଣା କରିଥିଲେ। ତେବେ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷା ମେ’ ୩ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।