ମୁନିଗୁଡ଼ା,ଏନ୍ଏନ୍ଏସ୍: ମୁନିଗୁଡ଼ା ତହସିଲରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଏମ ଅନୁରାଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ପୂର୍ବତନ ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେଙ୍କ ବଦଳି ହୋଇଯିବା ପରେ ମୁନିଗୁଡ଼ା ତହସିଲରେ ସୁଶ୍ରୀ ଏମ ଅନୁରାଧା ତହସିଲଦାର ରୂପେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁନିଗୁଡ଼ାର ବିଭିନ୍ନ ସାମାଜିକ, ବ୍ୟବସାୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମାଡାମଙ୍କୁ ସ୍ୱାଗତ ଜଣାଯାଉଛି । ଏହିକ୍ରମେ ଆଜି ମୁନିଗୁଡ଼ା ବିକାଶ ପରିଷଦ ସଭାପତି ଘନଶ୍ୟାମ ମାର୍ଥାଙ୍କ ନେତୃତ୍ୱରେ ଉପସଭାପତି ଭୀମ ବେହେରା, ସୁବାସ ଗୌଡ଼, ସମ୍ପାଦକ ମାନସ କୁମାର ବେହେରା, ପଦ୍ମ ବେହେରା, କୁନା ଗୌଡ଼, ଜି.କୁମାର ରାଜୁ, ଚିତ୍ତରଞ୍ଜନ ମାଳେନୀ, ପି. ରାମବାବୁ ଓ ଭୋଳାନାଥ ଦୁବେ ପ୍ରମୁଖ ସଦସ୍ୟ ନୂତନ ତହସିଲଦାର ଏମ୍ ଅନୁରାଧାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ମୁନିଗୁଡ଼ାବାସୀଙ୍କ ତରଫରୁ ସ୍ୱାଗତ କରିଥିଲେ । ଏହାସହ ମୁନିଗୁଡ଼ାର ସମସ୍ତ ସମସ୍ୟାର ସମାଧାନ କିପରି ହୋଇପାରିବ ସେନେଇ ମାଡାମଙ୍କ ସହ ଆଲୋଚନା କରିଥିଲେ । ତହସିଲଦାର ମାଡାମ ବିକାଶ ପରିଷଦ ସଦସ୍ୟଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସଭିଙ୍କୁ ଧନ୍ୟବାଦ ଜଣାଇବା ସହ ମୁନିଗୁଡ଼ାର ବିକାଶରେ ତାଙ୍କ ସମସ୍ତ ସମୟ,ଶକ୍ତି ଓ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହ ସମସ୍ତଙ୍କ ସହଯୋଗରେ ମୁନିଗୁଡ଼ା ପ୍ରଗତିକୁ ଗତିଶୀଳ କରିବା ନେଇ ପ୍ରତିଶ୍ରୁତି ଦୋହରାଇଥିଲେ ।