ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୩ ନୂଆ ଜଜଙ୍କୁ ନିଯୁକ୍ତି ମିଳିଛି । ଏହାସହ ଏବେ କୋର୍ଟ ୩୪ ଜଜଙ୍କ ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟ କରିବ । ନୂଆ ଜଜମାନେ ହେଲେ ଦିଲ୍ଲୀ ହାଇକୋର୍ଟର ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଅଗଷ୍ଟିନ ଜର୍ଜ ମସିହ ଓ ଗୌହାଟ୍ଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ସନ୍ଦୀପ ମେହେତା । ଉପରୋକ୍ତ ୩ ଜଜଙ୍କ ନାଁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଷନ କୌଲ୍ ,ଜଷ୍ଟିସ ସଞ୍ଜୟ ଖନ୍ନା, ଜଷ୍ଟିସ ବୀଆର ଗବଈ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କଲିଜିୟମ ସୁପାରିଶ କରିଥିଲେ ।